Advertisment

ଚଇନି ଚିକ୍କଣ ହୋଇ ଆସିଲେ; ଗିଫ୍ଟ ସୁନା ଗହଣା ଧରି ଛୁ ମାରିଲେ..

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।

undefined

Loot

Advertisment

ଲୁଟେରାଙ୍କ ନୂଆ ଫଣ୍ଡା। ଟାର୍ଗେଟରେ ବିବାହ ମଣ୍ଡପ ଓ ରିସେପସନ୍। ପୁରା ଭଦ୍ର ଲୋକ ପରି ଚଇନି ଚିକ୍କଣ ହୋଇ ରିସେପସନକୁ ଯାଉଛନ୍ତି। ଆଉ ସମୟ ସୁବିଧା ଦେଖି ନବ ଦମ୍ପତି ପାଇଥିବା ସବୁ ଗିଫ୍ଟ ଧରି ଚମ୍ପଟ ମାରୁଛନ୍ତି। ଭୁବନେଶ୍ୱର ପରେ ପୁରୀରେ ହୋଇଥିବା ଏପରି ଏକ ଘଟଣା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ସିସିଟିଭିରେ ଧରା ପଡ଼ିଛି ଏହି କଳା କାରନାମା।

Advertisment

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ। ରିସେପସନରେ ନବ ଦମ୍ପତିଙ୍କ ସହିତ ଫଟୋ ସେସନ୍ ବେଳେ ବର କନ୍ୟାଙ୍କ ସହିତ ଫଟୋ ଉଠାଇବାରେ ସମସ୍ତେ ଏତେ ମସଗୁଲ୍ ଯେ, ନବ ଦଂପତି ଉପହାର ଭାବେ ପାଇଥିବା ଟଙ୍କା ସୁନା ପ୍ରତି କାହାରି ଧ୍ୟାନ ନାହିଁ। ଏହାର ସୁଯୋଗ ନେଇ ଟଙ୍କା ସୁନା ଭର୍ତ୍ତି ବ୍ୟାଗ ଧରି ଚୋର ଚମ୍ପଟ ମାରିଛି।

ବେଧଡ଼କ ଭାବେ ବ୍ୟାଗ୍ ଧରି ସମସ୍ତଙ୍କ ସାମ୍ନାରେ ଛାତି ଫୁଲେଇ ଚାଲି ଚାଲି ଯାଉଛି ଲୁଟେରା। ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲରେ ବର ସନ୍ଦୀପ ଓ କନ୍ୟା ଅଭିପସାଙ୍କ ରିସେପସନରେ ଏପରି କଳାକନା ବୁଲାଇଛି ଚୋର। ସିସିଟିଭିରେ ଧରାପଡ଼ିଛି ସବୁ କିଛି। ବଳିଆ ପଣ୍ଡା ଥାନାରେ ଦିଆଯାଇଛି ଏତଲା।

Advertisment

ପ୍ରାୟ ମାସେ ତଳେ ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ମଧ୍ୟ ସମାନ ଢଙ୍ଗରେ ଏକ ଚୋରି ହୋଇଥିଲା। ଫେବ୍ରୁଆରି ୭ରେ ସୁଶ୍ରୀ ମହାନ୍ତିଙ୍କ ଝିଅ ବାହାଘର ବେଳେ ମଣ୍ଡପରୁ ୮ ଲକ୍ଷ ଟଙ୍କା ଟଙ୍କାର ସୁନା ଗହଣା ଓ ନଗଦ ୬ ଲକ୍ଷ ନେଇଯାଇଥିଲେ ଲୁଟେରା। ଏହାର ବି ସିସିଟିଭି ଭିଜୁଆଲ ମିଳିଥିଲା। କିନ୍ତୁ ମାସେ ପରେ ବି ପୋଲିସ ନା ଚୋରକୁ ଧରି ପାରିଛି ନା ଚୋରି ଜିନିଷ ଜବତ କରିପାରିଛି।

Loot Marriage Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ