Minor Girl Student Kills Self After Intimate Picture Goes Viral
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ ପାଇଁ ଜୀବନ ହାରିଲେ ନାବାଳିକା ଛାତ୍ରୀ। ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ତେବେ ମୃତ୍ୟୁ ପୂର୍ବରୁ ନାବାଳିକା ଜଣକ ନିରାକାରପୁର IICଙ୍କୁ ଏକ ଚିଠି ଲେଖିଥିଲେ। ନାବାଳିକା ଜଣକ ଯୁକ୍ତ ୨ରେ ପଢ଼ୁଥିଲେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ନାବାଳିକାଙ୍କ ଘରୁ ମିଳିଥିବା ଏହି ଚିଠିରେ ସେ ଖଜୁରୀପଡ଼ାର ଜଣେ ଯୁବକଙ୍କ ନାଁ ଉଲ୍ଲେଖ କରିଛନ୍ତି। ଯିଏକି ତାଙ୍କ ଫଟୋ ଭାଇରାଲ୍ କରିଥିବା ସେ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ଯୁବକଙ୍କ ସମେତ ତାଙ୍କ ଭାଇମାନେ ମିଶି ତାଙ୍କୁ ଧମକଚମକ ଦେବା ସହ କଲେଜ ଯିବା ବାଟରେ ହଇରାଣ କରୁଥିବା କଥା ମଧ୍ୟ ଯୁବତୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଘଟଣାକୁ ନେଇ ସମ୍ପୃକ୍ତ ଯୁବକଙ୍କ ଉପରେ ନାବାଳିକାଙ୍କ ବାପା ଦୋଷାରୋପ କରିଛନ୍ତି। ଝିଅର ମୃତ୍ୟୁ ପାଇଁ ଉକ୍ତ ଯୁବକଙ୍କୁ ଦାୟୀ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665828529.jpg)