Advertisment

ଅମାନବିକତାର ଚରମ ନିଦର୍ଶନ: ନାବାଳିକାକୁ ଦୁଷ୍କର୍ମ ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ

ନାବାଳିକାକୁ ଦୁଷ୍କର୍ମ ପରେ ଖୁଣ୍ଟରେ ବାନ୍ଧି ନିର୍ଯାତନା। ଥାନାକୁ ଯିବାରୁ ପୀଡିତାଙ୍କୁ ଅଭିଯୁକ୍ତର ପରିବାର ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

Minor Girl Raped In Nayagarh

Minor Girl Raped In Nayagarh

Advertisment

ନାବାଳିକାକୁ ଦୁଷ୍କର୍ମ ପରେ ଖୁଣ୍ଟରେ ବାନ୍ଧି ନିର୍ଯାତନା। ଥାନାକୁ ଯିବାରୁ ପୀଡିତାଙ୍କୁ ଅଭିଯୁକ୍ତର ପରିବାର ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ହିଞ୍ଜିଳି ଗାଁରୁ ଏଭଳି ଅଭିଯୋଗ ଆସିଛି। ନାବାଳିକା ଜଣକ ଗର୍ଭବତୀ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

Advertisment

ସୂଚନା ଅନୁସାରେ, ହିଞ୍ଜିଳି ଗାଁର ଜଣେ ୧୪ ବର୍ଷର ନାବାଳିକାକୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ସରପଞ୍ଚ ଏବଂ ୱାର୍ଡ ମେମ୍ବରଙ୍କୁ ଜଣାଇଥିଲେ। କିନ୍ତୁ କୌଣସି ସମାଧାନ ନହେବାରୁ ଗତକାଲି ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତଙ୍କ ସମ୍ପର୍କୀୟମାନେ ପୀଡିତା ଓ ପୀଡିତାଙ୍କ ପରିବାର ଲୋକଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟିରେ ବାନ୍ଧି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ରଣପୁର ପୋଲିସ ପହଞ୍ଚି ପୀଡିତାଙ୍କ ପରିବାରକୁ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତିଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟ୍ୟରେ ୫ ଜଣ ମହିଳା ଅଛନ୍ତି।   

Advertisment
Minor Girl Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ