Advertisment

୧୧ ବର୍ଷିଆ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତା ନିଜ ପରିବାର।

୧୧ ବର୍ଷର ଏକ ସ୍କୁଲ ପଢୁଆ ଝିଅକୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତା ଜନ୍ମକଲା ବାପା, ତା ଭାଇ, ତା ଜେଜେ ଆଉ ଜଣେ ଦୂର ସଂମ୍ପର୍କୀୟ।

ଅଦ୍ୟତନ ହୋଇଛି
otv

otv

Advertisment

୫ ବର୍ଷ ଧରି ପରିବାର ଲୋକେ କରୁଥିଲେ ଦୁଷ୍କର୍ମ....

ବୟସ ମାତ୍ର ୧୧ ବର୍ଷ। ଆଖିରେ ଆଖିଏ ସ୍ୱପ୍ନ ନେଇ ଭବିଷ୍ୟତ ଗଢିବାର ସମୟ। ଏ ସମୟରେ ପରିବାରର ସହଯୋଗ ପ୍ରତିଟି ପିଲାଙ୍କୁ ଦେଇଥାଏ ଗୋଟେ ସୁନ୍ଦର ଭବିଷ୍ୟତ। ହେଲେ ପୁନେରେ ଏମିତି ଏକ ଘଟଣା ଘଟିଛି ଯାହା ବର୍ତ୍ତମାନ ପ୍ରଶ୍ନ କରୁଛି, କେତେ ସୁରକ୍ଷିତ ନିଜ ଘରେ ନିଜ ପିଲା? ୧୧ ବର୍ଷର ଏକ ସ୍କୁଲ ପଢୁଆ ଝିଅକୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତା ଜନ୍ମକଲା ବାପା, ତା ଭାଇ, ତା ଜେଜେ ଆଉ ଜଣେ ଦୂର ସଂମ୍ପର୍କିୟ।

Advertisment

ଘଟଣାଟି ଘଟିଛି ପୁନେରେ । ପୁନେରେ ଏକ ସ୍କୁଲରେ ପଢୁଥିବା ଏକ ୧୧ ବର୍ଷିୟr ନାବାଳିକା ସ୍କୁଲର ଏକ କାର୍ଯ୍ୟକ୍ରମରେ ଏ କଥାକୁ କହିଛନ୍ତି। ଆଉ ପୋଲିସ୍ ତରଫରୁ ବି ଏନେଇ ମାମଲା ରୁଜୁ ହୋଇଛି। ତା କହିବା ଅନୁସାରେ ଏ ଘଟଣା ଗତ ୫ ବର୍ଷ ଧରି ତା ସହ ଚାଲିଥିଲା। ସେତେବେଳେ ସେ ବିହାରରେ ରହୁଥିଲେ । ଆଜିକୁ ୫ ବର୍ଷ ତଳେ ତା ବାପା ହିଁ ପ୍ରଥମେ ତାକୁ ଅଶ୍ଳୀଳ ସ୍ପର୍ଶ ଆରମ୍ଭ କରିଥିଲେ । ତା ପରେ ତା ଜୀବନ ସହ ଆଉ ଏକ ଖେଳ ଆରମ୍ଭ କଲା ତା ନିଜ ବଡ ଭାଇ, ୨୦୨୦ ମସିହା ନଭେମ୍ୱର ମାସରୁ ତା ଭାଇ ତାକୁ ଶେଷଣ କରିଆସୁଛି । ଆଉ ଜେଜେ ୬୫ବର୍ଷ ବୟସରେ ତା ସହ ଅଶ୍ଲୀଳ ବ୍ୟବହାର କରିବା ଆରମ୍ଭ କରିଦେଲେ। ଆଉ ତାଙ୍କ ଘରକୁ ଆସୁଥିବା ଜଣେ ଦୂର ସଂମ୍ପର୍କିୟ ମଧ୍ୟ ତାକୁ ଛାଡି ନାହାନ୍ତି।

ସ୍କୁଲରେ ଆୟୋଜିତ ହୋଇଥିବା ଏକ ସେମିନାରରେ ଏପରି କିଛି କହିଛନ୍ତି ୧୧ ବର୍ଷିଆ ନାବାଳିକା ଜଣକ। ଏସବୁ ଶୁଣିବା ପରେ ପୋଲିସ୍ ନିଜ ତରଫରୁ ଭାରତୀୟ ପୋନାଲ କୋଡ୍ ଅନୁସାରେ ଦୁଷ୍କର୍ମ ଓ ଅଶ୍ଲୀଳ ବ୍ୟବହାରକୁ ନେଇ କେଶ୍ ରୁଜୁକରିବା ସହ ଅଭିଯୁକ୍ତ ମାନଙ୍କ ଉପରେ ଲଗାଇଛି ଭଳିକି ଭଳି ଦଫା।

Advertisment

ତଦନ୍ତ କାରି ଅଫିସରଙ୍କ କହିବା ଅନୁସାରେ ନିଜ ପରିବାର ଭିତରେ ଏସବୁ କିଛି ଗଣଦୁଷ୍କର୍ମଠୁ କୌଣସି ଗୁଣରେ କମ୍ ନୁହେଁ। ବଡ ଭାଇ ଓ ତା ୪୫ବର୍ଷିଅ ବାପାଙ୍କ ବିରୁଦ୍ଧରେ ଦୁଷ୍କର୍ମ ପାଇଁ ଦଫା ୩୭୬ ଏବଂ ୬୫ ବର୍ଷିଅ ଜେଜେ ଆଉ ଘରକୁ ଆସୁଥିବା ୨୫ବର୍ଷିଅ ସଂମ୍ପର୍କୀୟ ବିରୁଦ୍ଧରେ ଅଶ୍ଲୀଳ ବ୍ୟବହାର ପାଇଁ ଦଫା ୩୫୪ ଲଗାଇ କେସ୍ ରୁଜ୍ଜୁ କରାଯାଇଛି। ଏଥିସହ ସେମାନଙ୍କ ବିରୁଦ୍ଧରେ (POSCO) ଆକ୍ଟ ମଧ୍ୟ ଲଗାଯିବ।

Pune Minor Girl Gangrape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ