ବନ୍ଧା ହେଲା ଦୁଷ୍କର୍ମକାରୀ ! ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଘଟଣାକୁ ନେଇ ପ୍ରବଳ ଅସନ୍ତୋଷ ଦେଖା ଦେବା ପରେ ଧରିଲା ପୋଲିସ୍

rape

ଗୁଜରାଟ ସୁରତର ବାଡିନାଥ ଛକ ଅଞ୍ଚଳରେ ୭ ବର୍ଷିୟା ନାବଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା । ୧୧ ଘଣ୍ଟା ପରେ ପଡୋଶୀଙ୍କ ଘରୁ ଜବତ ହେଲା ପ୍ଲାଷ୍ଟିକରେ ଗୁଡାଯାଇଥିବା ଶବ । ଏହି ମାମଲାରେ ସୋସାଇଟିର ଗ୍ରାଉଣ୍ଡ ଫ୍ଲୋରରେ ରହୁଥିବା ମୁକେଶ ଓରଫ୍ ମୁକ୍କୋ ଚିମ୍ମନଲାଲ୍ ପଞ୍ଚାଲକୁ ଗିରଫ କରିଛି ପୋଲିସ । ମୃତ ନାବାଳିକା ଜଣଙ୍କ ଓଡ଼ିଆ ହୋଇଥିବା ବେଳେ ପରିବାରର ସହ ବାଡିନାଥ ଛକରେ ଥିବା ତିରୁପତିନଗର ସୋସାଇଟିର ରହୁଥିଲେ ।

ବୁଧବାର ଦିନ କୁକୁରକୁ ବିସ୍କୁଟ ଖାଇବାକୁ ଦେବାକୁ ଯାଇଥିବା ବେଳେ ତଳ ମହଲାରେ ରହୁଥିବା ମୁକେଶ ଟେକିନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପରେ ପାପ ଲୁଚାଇବାକୁ ଯାଇ ନୀରିହ ନାବାଳିଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ମୁକେଶ । ଆଉ ମୁକେଶ ରହୁଥିବା ଘରୁ ପଲିଥିନରେ ଗୁଡ଼ା ହୋଇଥିବା ଅବସ୍ଥାର ନାବାଳିକାଙ୍କ ମୃତଦେହ ମିଳିଥିଲା ।

ହତ୍ୟାକାଣ୍ଡ ପରେ ମୁକେଶ ଫେରାର ହୋଇଯାଇଥିବା ବେଳେ ବେଡ୍ ରୋଡ୍ ପ୍ୟାଣ୍ଡେଲ ପାଖରୁ ତାକୁ ବାନ୍ଧିଛି ପୋଲିସ । ମୁକେଶ ନାଁରେ ପୂର୍ବରୁ ସହରର ବିଭିନ୍ନ ଥାନାରେ ୧୪ରୁ ଅଧିକ ଅପରାଧିକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ, ପୀଡ଼ିତା ପରିବାରକୁ ନ୍ୟାୟ, ଅଭିଯୁକ୍ତଙ୍କୁ ମୃତ୍ଯୁଦଣ୍ଡ ଦାବି କରିଛି ଓଡ଼ିଆ ସମାଜ ।