Astrospeak
  • Live TV
  • Read In English

ଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।

deadbody
ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ୍‌ ଅନ୍ତର୍ଗତ ଧାନଶୋଳ ଉପକଣ୍ଠ ଲୋଧା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ  ହେଲେ ଗାଁର ସନାତନ ନାଏକଙ୍କ ପୁଅ ରାଜୁ (୧୬) ଏବଂ ବିଶ୍ୱାଳ ଭକ୍ତାଙ୍କ ଝିଅ ସୀମା( ୧୪)। ଏମାନେ ସମ୍ପର୍କରେ ମାଉସୀ ପୁଅ ଭାଇ ଓ ଭଉଣୀ ବୋଲି ଜଣାଡ଼ିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ଆଜି ସକାଳେ ଗାଁ ପାଖ କେନାଲ ନିକଟରେ ଥିବା ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ରାଜୁ ଓ ସୀମାଙ୍କ ମୃତଦେହ ଦେଖିବା ପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହାପରେ ଘଟଣାସ୍ଥଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଉଭୟଙ୍କ ପରିବାର ଲୋକ ଧାନ କାଟିବାକୁ ନାମାଳ ଯାଇ ଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। 

ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଜଣାପଡ଼ିନି। ଯଦି ଏହା ଆତ୍ମହତ୍ୟା, ତା’ହେଲେ କାହିଁକି ଉଭୟ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍‌ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।