Advertisment

ଦୁଷ୍କର୍ମ କରିଥିବା ଆତ୍ମଘୋଷିତ ବାବା ଗିରଫ

ଜଣେ ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଜଣେ ଆତ୍ମଘୋଷିତ ବାବା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ରଫାଦଫା କରିବା ପାଇଁ ଗାଁରେ ଏକ ବୈଠକ ହୋଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ଗୋଡାଇଛି ପୋଲିସ୍ ।

ଅଦ୍ୟତନ ହୋଇଛି
Mimor Girl allegedly Raped

Mimor Girl allegedly Raped

Advertisment

ଜଣେ ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଜଣେ ଆତ୍ମଘୋଷିତ ବାବା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି। ପୀଡିତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨୩ ତାରିଖରେ ଦିବ୍ୟାଙ୍ଗ ନାବାଳିକା ଜଣକ ଘରେ ଏକୁଟିଆ ଥିଲେ।

Advertisment

ପରିବାର ଲୋକେ ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ସମ୍ପୃକ୍ତ ଆତ୍ମଘୋଷିତ ବାବା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

ପୀଡିତାଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ଏହି ଘଟଣାକୁ ରଫାଦଫା କରିବା ପାଇଁ ଗାଁରେ ଏକ ବୈଠକ ହୋଇଥିଲା। ବୈଠକରେ ୯୦ ହଜାର ଟଙ୍କା ଜରିମାନା ଆତ୍ମଘୋଷିତ ବାବା ଜଣଙ୍କ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ବାବା ଜଣଙ୍କ ୫ ହଜାର ଟଙ୍କା ଦେଇ ଖସି ଯାଇଥିଲେ।

Advertisment

ଏନେଇ ଖବର ପାଇବା ପରେ ବାରିପଦା ଟାଉନ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଷେଶରେ ନାବାଳିକା ଦୁଷ୍କର୍ମ ଘଟଣାରେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି। ବାବାଙ୍କ କାରନାମା ନେଇ ତୀବ୍ର ପ୍ରତିକ୍ରିୟା ପରେ ପୋଲିସ ଗିରଫ କରିଛି। ଏନେଇ ନେଇ ଏସପି ସୂଚନା ଦେଇଛନ୍ତି।

Minor Girl Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ