ଯାଜପୁର ବରୀରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ନାବାଳିକାଙ୍କ ଘର ନିକଟର ଜଣେ ପଡ଼ୋଶୀ ତାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର କରିଥିବା ନେଇ ବରୀ ଥାନାରେ ଅଭିଯୋଗ ହୋଇଛି। ଏଇ ଘଟଣା ଗତ ୨୩ ତାରିଖରେ ଘଟିଥିଲେ ବି ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ କରୁନଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକା ଜଣକ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଆଇସିୟୁରେ ଚିକିତ୍ସାଧିନ ରହିଛି।