Advertisment

Minor Girl Gang Raped: ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ଭୋଜି ଖାଇ ଫେରୁଥିଲେ...

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାତିରେ ଭୋଜି ଖାଇ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ।

ଅଦ୍ୟତନ ହୋଇଛି
Gang Rape

Gang Rape

Advertisment

ସୁନ୍ଦରଗଡ଼ରେ ଲଜ୍ଜା । ରାତିରେ ଭୋଜି ଖାଇ ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ । ୩ ଜଣ ଦୁର୍ବୃତ୍ତ ବୋଲେରୋରେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ।

Advertisment

ଅଧିକ ପଢ଼ନ୍ତୁ: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ

ଅଭିଯୋଗ ମୁତାବକ, ପୀଡିତା ନାବାଳିକା ଏକୋଶିଆ ଭୋଜି ଖାଇ ୨ ଜଣ ସାଙ୍ଗଙ୍କ ସହ ରାତିରେ ଘରକୁ ଫେରୁଥିଲେ । ବାଟରେ ୩ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ସେମାନଙ୍କୁ ଜୋରଜବରଦସ୍ତ ଟେକି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୀଡିତାଙ୍କ ସହ ଥିବା ଆଉ ୨ ଜଣ ନାବାଳିକା ସାଙ୍ଗ ସେଠାରୁ ଖସି ଦୌଡି ପଳାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ‌ଏକ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ତାଙ୍କୁ ଆଣି ପୁଣି ପାଖ ଗାଁରେ ଛାଡି ଦେଇଥିଲେ ।

Advertisment

ପୀଡିତା ଘରକୁ ଫେରି ପରିବାର ଲୋକଙ୍କୁ ସବୁକିଛି ଜଣାଇବା ପରେ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ଏହି ଗଣଦୁଷ୍କର୍ମ ଘଟଣାରେ ୩ ଯୁବକଙ୍କ ସଂପୃକ୍ତି ରହିଥିବା ଜଣାପଡିଛି । ଅଭିଯୁକ୍ତମାନେ ସେହି ପାଖ ଗାଁର ହୋଇଥିବା ସନ୍ଦେହ କରାଯାଉଛି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରିବା ସହ ଦୁଷ୍କର୍ମକାରୀମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ମା’ ପାଖକୁ ଫେରିଲାନି ନିଖୋଜ ପୁଅ; ମିଳିଲା ପାଇଖାନା ଟାଙ୍କିରୁ ମୃତଦେହ

Advertisment
Sundargarh Gang Rape Minor Girl Gang Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ