Advertisment

ଟଙ୍କା ଓ ସୁନା ପାଇଁ ଜେଜେବାପାଙ୍କୁ ମାରିଦେଲା ନାତି

ଯାହାକୁ ନିଜର ଭାବି ଘରେ ରଖିଥିଲେ, ପାଳି ପୋଷି ବଡ଼ କରିଥିଲେ ଶେଷରେ ସିଏ ହିଁ ଚୋଟ ମାରିଲା। ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି। ସାମାନ୍ୟ ସୁନା, ଟଙ୍କା ପାଇଁ ପାଳିପୋଷି ବଡ଼ କରିଥିବା ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ ଯୋଜନା କଲ। ।

ଅଦ୍ୟତନ ହୋଇଛି
Murder

Murder

Advertisment

ଟଙ୍କା ଓ ସୁନା ହାତେଇବା ପାଇଁ ଜେଜେବାପାଙ୍କୁ ହତ୍ୟା କଲା ନାବାଳକ ନାତି । କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜେଜେଙ୍କୁ ହତ୍ୟା ଓ ଜେଜିମାଙ୍କୁ ଆକ୍ରମଣ କରିଥିଲା ନାତି । ଘନ ଘନ ଜେରା ପରେ ନାତି ପୋଲିସ ଆଗରେ ସବୁ ସତ କଥା ମାନିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Advertisment

ହତ୍ୟାକାଣ୍ଡ ପରେ ଏହାକୁ ଲୁଟେରାଙ୍କ ଆକ୍ରମଣ ରୂପ ଦେବାକୁ ଚାହିଁଥିଲା ଅଭିଯୁକ୍ତ । ନାବାଳକ ହେଉଛି ବୃଦ୍ଧ ଦମ୍ପତିଙ୍କ ପୁତୁରାର ପୁଅ ଅର୍ଥାତ୍ ନାତି । ପୋଲିସ ଅଭିଯୁକ୍ତକୁ ଅଟକ କରିବା ସହ ଲୁଟ ଟଙ୍କା ଜବତ କରିଛି । ଗତ ଗୁରୁବାର ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ ହୃଷିକେଶ ମୁଦୁଲି । ଅତ୍ୟଧିକ ରକ୍ତସ୍ରାବ ହେତୁ ନିଜ ଘରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ତାଙ୍କ ପତ୍ନୀ  କନକଲତା ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଟଙ୍କା, ସୁନା ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିବା ୪ ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ପ୍ରଥମେ ତାଙ୍କ ସମ୍ପର୍କୀୟ ନାତି ଓଁକାର କହିଥିଲା ।

କେବଳ ଟଙ୍କା, ସୁନା ପାଇଁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଓଁକାର ସ୍ୱୀକାର କରିଛି। ଏପରିକି ନିଜେ ଏକୁଟିଆ ହିଁ ଏହି ସମସ୍ତ କାମ କରିଥିବା ଓଁକାର ନିଜ ଖସିବା ପାଇଁ ବି ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ରଖିଥିଲା । ହେଲେ ପୋଲିସ୍‌ର ଅଡ଼ୁଆ ପ୍ରଶ୍ନ ଆଗରେ ହାର ମାନିଗଲା ଓଁକାରର ଚାଲାକି, ଆଉ ହତ୍ୟା ପଛର ସବୁ ସତ୍ୟ ଉଗାଳି ଦେଇଛି ।

Advertisment

ପ୍ରଥମେ ୪ ଦୁର୍ବୃତ୍ତ ଘରେ ପଶି ସବୁ ସୁନା, ଟଙ୍କା ଲୁଟି ଜେଜେଙ୍କୁ ଓ ଜେଜେମା’ଙ୍କୁ ଆକ୍ରମଣ କରିଥିବା ପୋଲିସ୍‌କୁ କହିଥିଲା ଓଁକାର। କେବଳ ସେତିକି ନୁହେଁ, ଭୟଭୀତ ହୋଇଯାଇଥିବାରୁ ପଡ଼ୋଶୀଙ୍କୁ ବି ବିଳମ୍ବରେ ଡାକିଥିବା କହିଥିଲା । ତେବେ ଗାଁ ଭିତରେ ଦୁର୍ବୃତ୍ତ ପଶି ହାଣିକି ପଳାଇଥିବା ବେଳେ ଗାଁ ଲୋକେ ଟେର ନ ପାଇବା ତଥା ପାଖରେ ଜଣେ ବୃଦ୍ଧା ଛଟପଟ ହେଉଥିବା ବେଳେ ପ୍ରାୟ ଘଣ୍ଟାଏ ପରେ ସାହାଯ୍ୟ ମାଗିବାକୁ ନେଇ ପୋଲିସ୍‌ର ସନ୍ଦେହ ବଢ଼ିଥିଲ।

ଏହାପରେ ପୋଲିସ୍‌ ଘଟଣାର ତନାଘନା କରି ଓଁକାରଙ୍କୁ ପଚରାଉଚରା କରି ସବୁ ସତ ବାହାର କରିଛି। ଆଜି ଅପରାହ୍ନରେ ଏ ନେଇ ଏକ ପ୍ରେସ ମିଟ୍‌ରେ ପୋଲିସ୍‌ ସବୁ କିଛି ତଥ୍ୟ ରଖିବ ବୋଲି ଜଣାଯାଇଛି।

Advertisment
Murder Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ