Advertisment

ହାଇକୋର୍ଟର ନା ପରେ ବି ମାନିଲାନି CMC; ବନ୍ଧ୍ୟାକରଣ ନାଁରେ କଲା ଲକ୍ଷ ଲକ୍ଷ ଟଙ୍କା ଚଳୁ !

ସିଏମସିରେ ପୁଣି ଦୁର୍ନୀତି ଗନ୍ଧ। କୁକୁର ବନ୍ଧ୍ୟାକରଣ ନାଁ ରେ ଚଳୁ ହୋଇଛି କି ଲକ୍ଷ ଲକ୍ଷ ଟଙ୍କା? ବନ୍ଧ୍ୟାକରଣ ବନ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ହୋଇଛି କି ଅବମାନନା? ନା ଏହାପଛରେ ହରିଲୁଟ୍‌ର ଗନ୍ଧ?

ଅଦ୍ୟତନ ହୋଇଛି
Sterilisation

Sterilisation

Advertisment

ସିଏମସିରେ ପୁଣି ଦୁର୍ନୀତି ଅଭିଯୋଗ। ବାଲିଯାତ୍ରା ଦୁର୍ନୀତିକୁ ନେଇ ବିବାଦ ଥମି ନଥିବା ବେଳେ କୁକୁର ବନ୍ଧ୍ୟାକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ଆସିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ଜୁଲାଇ ମାସରୁ କୁକୁର ବନ୍ଧ୍ୟାକରଣ ବନ୍ଦ ଥିଲା। ହେଲେ ଗତ ୬ ମାସରେ ବନ୍ଧ୍ୟାକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ପୁଣି ବିବାଦ ମୁଣ୍ଡାଇଛି CMC।

Advertisment

ସିଏମସିରେ ପୁଣି ଦୁର୍ନୀତି ଗନ୍ଧ। କୁକୁର ବନ୍ଧ୍ୟାକରଣ ନାଁ ରେ ଚଳୁ ହୋଇଛି କି ଲକ୍ଷ ଲକ୍ଷ ଟଙ୍କା? ବନ୍ଧ୍ୟାକରଣ ବନ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ହୋଇଛି କି ଅବମାନନା? ନା ଏହାପଛରେ ହରିଲୁଟ୍‌ର ଗନ୍ଧ? କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟ ମାମଲା ଶୁଣାଣି କରି ବିଚାର ଶେଷ ପର୍ଯ୍ୟନ୍ତ ବନ୍ଧ୍ୟାକରଣ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଥିଲା। କିନ୍ତୁ ତା ଭିତରେ ଏବେ ବିବାଦକୁ ଆସିଛି ସିଏମସି। ପ୍ରତି ମାସ କାଉନସିଲରେ ଉପସ୍ଥାପନ କରିଥିବା ବ୍ୟୟବରାଦ ଦସ୍ତାବିଜକୁ ନେଇ ଏବେ ବିବାଦ ଘେରକୁ ଆସିଛି ସିଏମସି। ଯାହାର ପ୍ରମାଣ ଲାଗିଛି ଓଟିଭି ହାତରେ। ବନ୍ଧ୍ୟାକରଣ ବନ୍ଦ ଥିଲାବେଳେ ଲକ୍ଷ ଲକ୍ଷ ଟଙ୍କା ପ୍ରତି ମାସରେ ବନ୍ଧ୍ୟାକରଣ ବାବଦ ଖର୍ଚ୍ଚ ବିଲ୍ ରେ ଦର୍ଶାଯାଇଛି। ଏହା କେମିତି ସମ୍ଭବ ହେଲା ବୋଲି ପ୍ରଶ୍ନ ଉଠିଛି।

ଜୁଲାଇ ମାସ ୬ ତାରିଖ ୨୦୨୩ ରେ କୁକୁର ବନ୍ଧ୍ୟାକରଣ ମାମଲାର ଶୁଣାଣି କରି ମାମଲା ଶେଷ ପର୍ଯ୍ୟନ୍ତ କୁକୁର ବନ୍ଧ୍ୟାକରଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଗତ ଜାନୁୟାରୀ ମାସ ୮ ତାରିଖରେ ମାମଲା ର ଶୁଣାଣି ଶେଷ ହୋଇଥିଲା। ଆଉ ଏବେ CMC କାଉନସିଲ ବୈଠକରେ ଦିଆଯାଇଥିବା ବ୍ୟୟ ବରାଦରେ ଅଗଷ୍ଟ ମାସରେ ବନ୍ଧ୍ୟାକରଣ ବାବଦରେ ୯,୯୯,୬୪୯, ସେପ୍ଟେମ୍ବର ମାସରେ ୫,୬୩,୬୦୫, ଅକ୍ଟୋବର ମାସରେ ୩.୩୫.୫୨୦ ଟଙ୍କା, ନଭେମ୍ବର ମାସରେ ୧.୬୭.୭୬୦ ଟଙ୍କା ଖର୍ଚ୍ଚ ହୋଇଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କେମିତି ବନ୍ଧ୍ୟାକରଣ କରିଲା ସିଏମସି ନା ବନ୍ଧ୍ୟାକରଣ ନ କରି ଟଙ୍କା ହରିଲୁଟ ହୋଇଛି। ସେପଟେ ଅଭିଯୋଗ ନେଇ ସିଏମସି କମିଶନର କହିଛନ୍ତି ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ରାଜଧାନୀକୁ ବୁଲା କୁକୁରଙ୍କ ଦୌରାତ୍ମ୍ୟରୁ ରକ୍ଷା ଏବଂ ଜଳାତଙ୍କ ମୁକ୍ତ କରିବା ଲକ୍ଷ୍ୟରେ ବିଏମସି ପଦକ୍ଷେପ ନେଇଛି। ଭୁବନେଶ୍ୱରର ୧୦ ନମ୍ବର ୱାର୍ଡରେ ଶ୍ୱାନ ବନ୍ଧ୍ୟାକରଣ କେନ୍ଦ୍ରର ଶୁଭାରମ୍ଭ କଲେ ବିଏମ୍ସି ମେୟର ସୁଲୋଚନା ଦାସ। ୨୪୦ କୁକୁର ରହିବା କ୍ଷମତା ବିଶିଷ୍ଟ ଏହି କେନ୍ଦ୍ରରେ ୪୮ଟି ଶ୍ୱାନ ଗୃହ, ୨ଟି ଅପରେସନ ଥିଏଟର, ୫ଟି ଅପରେସନ ଟେବୁଲ ଆଦି ରହିଛି।

Advertisment

ଦୈନିକ ଏଠାରେ ୧୦୦ଟି କୁକୁର ବନ୍ଧ୍ୟାକରଣ ହୋଇପାରିବ। କୁକୁରମାନଙ୍କୁ ଆଣିବା ଓ ବନ୍ଧ୍ୟାକରଣ ପରେ ଛାଡ଼ିବା ପାଇଁ ୨ଟି ଶ୍ୱାନ ଯାନ ବ୍ୟବସ୍ଥା କରାଯାଇଛି। ଏସବୁର ଦାୟିତ୍ୱ ଏକ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି, ଯିଏକି ପ୍ରତି କୁକୁର ପିଛା ୧୬ଶହ ୫୦ଟଙ୍କା ନେବ। ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀଙ୍କୁ ମଧ୍ୟ ଏହି ଏଜେନ୍ସି ନିୟୋଜିତ କରିଛି। ବର୍ତ୍ତମାନ ସୁଦ୍ଧା ବିଏମସି ୨ ହଜାର ୮ଟି ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ସହ ଜଳାତଙ୍କ ନିରୋଧୀ ବା ଆଣ୍ଟି-ରାବିସ୍ ଟିକା ଦିଆଯାଇଥିବା ସୂଚନା ମିଳିଛି।

Sterilisation Surgery CMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ