Advertisment

Smugglers Hit Police: ଗଞ୍ଜେଇ ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି; ପୋଲିସକୁ ଗାଡ଼ି ମଡ଼ାଇ ଛୁ’ ମାରିଲେ

ପୋଲିସ ଉପରେ ଗାଡ଼ ମଡାଇଦେଲେ ଗଞ୍ଜେଇ ଚାଲାଣକାରୀ। ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲା କାକିନାଡ଼ା ସହରର କ୍ରିଷ୍ଣାଭରମ ଟୋଲ ପ୍ଲାଜା ନିକଟରେ ଏହି ଆକ୍ରମଣ ହୋଇଛି। ଏହି ଘଟଣାରେ ୨ ଜଣ ପୋଲିସ ଗୁରୁତର ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଅଦ୍ୟତନ ହୋଇଛି
ପୋଲିସକୁ ଗାଡ଼ି ମଡ଼ାଇ ଛୁ’ ମାରିଲେ

ପୋଲିସକୁ ଗାଡ଼ି ମଡ଼ାଇ ଛୁ’ ମାରିଲେ

Advertisment

ବଢ଼ି ଚାଲିଛି ଗଞ୍ଜେଇ ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି। ପୋଲିସକୁ ବି ଖାତିର ନାହିଁ। ଡ୍ୟୁଟିରେ ଥିବା ଦୁଇ ଜଣ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ମଡାଇ ଫେରାର୍ ମାରିଲେ ଗଞ୍ଜେଇ ଚାଲାଣକାରୀ। ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲା କାକିନାଡ଼ା ସହରର କ୍ରିଷ୍ଣାଭରମ ଟୋଲ ପ୍ଲାଜା ନିକଟରେ ଏହି ଆକ୍ରମଣ ହୋଇଛି। ଏହି ଘଟଣାରେ ୨ ଜଣ ପୋଲିସ ଗୁରୁତର ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Advertisment

ସୂଚନା ଅନୁଯାଇ, ଗତକାଲି ରାତି ପ୍ରାୟ ୨ଟା ବେଳେ ଗଞ୍ଜେଇ ଚାଲାଣକାରୀ ପୋଲିସକୁ ଆକ୍ରମଣ କରିଛନ୍ତି। ବିଶାଖାପାଟଣାରୁ ବିଜୟୱାଡା ଯାଉଥିବା ଗୋଟିଏ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଥିବା ବେଳେ କ୍ରିଷ୍ଣାଭରମ ଟୋଲ ପ୍ଲାଜା ନିକଟରେ ଏହି ଘଟଣା ଘଟିଛି। ଉତ୍ତର ପ୍ରଦେଶର ରେଜିଷ୍ଟ୍ରସନ ରହିଥିବା ଗୋଟିଏ ଏସୟୁଭି ଗାଡି କ୍ରିଷ୍ଣାଭରମ ଟୋଲ ପ୍ଲାଜା ନିକଟରେ ପହଂଚିବା ପରେ ପୋଲିସ ଗାଡିକୁ ଅଟକାଇଥିଲେ। ପ୍ରଥମେ ଗାଡିଟି ଅଟକି ଥିଲା, କିନ୍ତୁ ପୋଲିସ ଗାଡି ନିକଟରେ ପହଂଚିବା କ୍ଷଣି ଗାଡି ଚାଳକ ସେମାନଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ।

ଏଥିସହ ଟୋଲ ପ୍ଲାଜା ଗେଟ ଭାଙ୍ଗି ସେଠାରୁ ଚମ୍ପଟ ମାରିଥିଲେ। ଟୋଲ ପ୍ଲାଜାଠାରୁ ପ୍ରାୟ ୨୦କିଲୋମିଟର ଯିବାପରେ ଦୁର୍ବୃତ୍ତମାନେ ଗାଡିଟିକୁ ରାସ୍ତା କଡରେ ଛାଡି ଫେରାର ହୋଇ ଯାଇଥିଲେ। ତେବେ ପୋଲିସ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଅପରପଟେ କିରଲାମପୁଡି ଥାନାର ଦୁଇ ଜଣ ଗୁରୁତର ହୋଇଛନ୍ତି। ପୋଲିସ NHର ସମସ୍ତ ସିସିଟିଭି ଫୁଟେଜ ଜବତ କରି ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରି ଖୋଜାଖୋଜି ଜାରି ରଖିଛି।

Advertisment
Ganja Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ