Maoists torch 9 vehicles
ପୁଣି ଲାଲ ବାହିନୀର ତାଣ୍ଡବ । ରାୟଗଡ଼ା ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ସ୍ଥିତ କ୍ରସରରେ ମାଓବାଦୀଙ୍କ ପୋଡାଜଳା । କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ, ୫ଟି ହାଇୱା ଓ ୨ ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ଦେଇଛନ୍ତି । ଏସବୁ ପୋଡି ଛାରଖାର ହୋଇଯାଇଛି ।
ଗତକାଲି ରାତିରେ ମହିଳା ସମେତ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଆସି ଏହି କାଣ୍ଡ ଭିଆଇଥିଲେ । ପରେ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ି ଦେଇ ଯାଇଥିଲେ । କ୍ରସର ହେବାରୁ ପରିବେଶ ନଷ୍ଟ ହେଉଥିବା ପୋଷ୍ଟରରେ ଉଲ୍ଲେଖ ହୋଇଛି । ଏଥିଯୋଗୁଁ ଚାଷ ଜମିରେ କ୍ଷତି ହେଉଛି । କ୍ରସର ଶବ୍ଦ ଯୋଗୁ ଛୁଆମାନଙ୍କ କାନ ଉପରେ ପ୍ରଭାବ ପକାଉଛି ଓ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି ।
ଏହି କ୍ରସରରେ ଯେପରି ମେସିନ ଗୁଡ଼ିରେ ନିଆଁ ଲଗାଇ ନଷ୍ଟ କରି ଦିଆଗଲା,ସେପରି ଅନ୍ୟ କ୍ରସରରେ ସମାନ ସ୍ଥିତି ହେବ ବୋଲି ନକ୍ସଲମାନେ ଧମକ ଦେଇଛନ୍ତି । ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688186151.jpg)