Advertisment

ଦିନେ ବନ୍ଧୁକ ଧରୁଥିଲେ, ଏବେ ପେନ୍‌ ଧରିଲେ : ପିଜି ଡିପ୍ଲୋମାରେ ଫାଷ୍ଟକ୍ଲାସ୍‌ରେ ପାସ୍ କଲେ ଦୁର୍ଦ୍ଦାନ୍ତ ମାଓବାଦୀ

ଝାରପଡା ଜେଲରେ ରହିବା ପରେ ପରୀକ୍ଷା ପ୍ରତ୍ୟେକ ଦିନ ଅଧିକାଂଶ ସମୟ ପାଠ ପଢାରେ ଦେଉଥିଲେ ଆଜାଦ୍‌। ଯାହାର ଫଳ ଏବେ ତାଙ୍କୁ ମିଳିଛି । ପିଜି ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ବି ହେଲେ। ୨୦୦୮ ମସିହାରେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଓ ପୋଲିସକୁ ହତ୍ୟା କରିବା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆଜାଦଙ୍କର ସମ୍ପୃକ୍ତି ରହିଛି ।

ଅଦ୍ୟତନ ହୋଇଛି
Maoist

Maoist

Advertisment

ପିଜି ଡିପ୍ଲୋମା ପାସ୍‌ କଲେ ମାଓବାଦୀ । ଜେଲ ଭିତରେ ଥିବା ପରେ ବି ନିଜର ଇଚ୍ଛାଶକ୍ତି ବଳରେ ପିଜି ପାସ୍‌ କରିବାରେ ସଫଳ ହେଲେ ମାଓବାଦୀ। ଡିପ୍ଲୋମା ଇନ ରୁରାଲ ଡେଭଲପମେଣ୍ଟରେ ମାଓ ନେତା ଆଜାଦ ପିଜି କରୁଥିଲେ। ହେଲେ ନିଜର ମାଓ କାର୍ଯ୍ୟକଳାପ ଲାଗି ସେ ଗିରଫ ହୋଇ ଜଲେ ଗଲେ। ଜେଲ ଯିବା ପରେ କିନ୍ତୁ ପାଠ ପଢାରେ ସେ ଟିକିଏ ବି ଅବହେଳା କରିନଥିଲେ। ଦିନରାତି ପରିଶ୍ରମ କରି ଜେଲର ଅନ୍ଧାର କଠୋରୀରେ ପାଠ ପଢୁଥିଲେ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଝାରପଡା ଜେଲରେ ରହିବା ପରେ ପରୀକ୍ଷା ପ୍ରତ୍ୟେକ ଦିନ ଅଧିକାଂଶ ସମୟ ପାଠ ପଢାରେ ଦେଉଥିଲେ ଆଜାଦ୍‌। ଯାହାର ଫଳ ଏବେ ତାଙ୍କୁ ମିଳିଛି । ପିଜି ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ବି ହେଲେ। ୨୦୦୮ ମସିହାରେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଓ ପୋଲିସକୁ ହତ୍ୟା କରିବା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆଜାଦଙ୍କର ସମ୍ପୃକ୍ତି ରହିଛି ।

ଆନ୍ଧ୍ର ଓ ଓଡ଼ିଶା ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ବି ଥିଲେ ଆଜାଦ। ଏମିତିକି ଆଜାଦଙ୍କୁ ଧରିବାକୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୋଲିସ୍‌। ଏହାପରେ ୨୦୧୧ ମସିହାରେ ଆଜାଦ୍‌କୁ ପୋଲିସ ଗିରଫ କରିବା ସହିତ ସେବେଠାରୁ ସେ ଝାରପଡା ଜେଲରେ ରହିଥିଲା। ହେଲେ ଏବେ ପିଜି ପାସ୍‌ କରିବା ପରେ ଆଜାଦଙ୍କୁ ମିଳିଛି ଶୁଭେଚ୍ଛା ।

Advertisment

ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ

Maoist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ