• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମଦ ପିଇବାକୁ ମନା କରିବାରୁ ଘର ମାଲିକକୁ ନିର୍ମମ ଭାବେ ହତ୍ୟା କଲା ଭଡ଼ାଟିଆ । ନିଶାସକ୍ତ ଅବସ୍ଥାରେ ଘର ମାଲିକର ମୁଣ୍ତରେ ମାର୍ତୁଲ ପିଟି ହତ୍ୟା ପରେ ଶବ ସହ ସେଲ୍‌ଫି ନେଇ ଫେରାର ହୋଇଗଲା ଅଭିୟୁକ୍ତ । ପାଖାପାଖି ୨୫୦ କି.ମି ପଛରେ ଗୋଡ଼ାଇବାରେ ପରେ ଅଭିଯୁକ୍ତକୁ ଗିରଫ କରିଛି ମଙ୍ଗୋଳପୁରୀ ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର ମଙ୍ଗୋଲପୁରୀ ଥାନା ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ ଘଟଣାରେ ପ୍ରାଣ ହରାଇଥିବା ଘର ମାଲିକ ଜଣଙ୍କ ନାମ ହେଉଛି ସୁରେଶ । ପଙ୍କଜ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଘରେ ଭଡ଼ାରେ ରଖିଥିଲେ । ମଦ ପିଇବାକୁ ବାରଣ କରିବାରୁ ପଙ୍କଜ ସୁରେଶଙ୍କ ମୁଣ୍ତରେ ମାର୍ତୁଲ ପିଟି ହତ୍ୟା କରିଛି । ଏନେଇ ତାଙ୍କ ପୁତ୍ର ଜଗଦୀଶ ପୋଲିସକୁ ଜଣାଇଥିଲେ ।

ପୋଲିସର କହିବାନୁଯାୟୀ ୧୦ ଅଗଷ୍ଟ ସକାଳେ ତାଙ୍କୁ ଏକ କଲ୍‌ ଆସିଥିଲା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୁଣ୍ତରେ ଆଘାତ ଲାଗିଥିବା ସୂଚନା ଦିଆଯାଇଥିଲା । ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଜଣେ ବ୍ୟକ୍ତିଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ପାଇଥିଲା । ପୋଲିସ ଟିମ୍‌ ତୁରନ୍ତ ମୋବାଇଲ୍ କ୍ରାଇମ୍ ଟିମ୍ ଏବଂ FSL ଦଳକୁ ଘଟଣାସ୍ଥଳକୁ ଡାକି ଘଟଣାସ୍ଥଳକୁ ଯାଞ୍ଚ କରି ଫଟୋ ଉଠାଇଥିଲା।

ପୁଅ ଜଗଦୀଶଙ୍କ କହିବାନୁଯାୟୀ ତାଙ୍କ ପିତା ସୁରେଶ ପଙ୍କଜ ନାମକ ବ୍ୟକ୍ତିଙ୍କୁ କିଛିଦିନ ତଳେ ଘରକୁ ଆଣିଥିଲେ ଓ କହିଥିଲେ ଯେ, ପଙ୍କଜ ଏକ ଅନାଥ ପିଲା, ସେ ତାଙ୍କ ଘରେ ଭଡ଼ାରେ ରହିବ । ସୁରେଶ ନିଜେ ପୁଅ ଜଗଦୀଶ ସହ ଗ୍ରାଉଣ୍ତ ଫ୍ଲୋର୍‌ରେ ରହୁଥିବା ବେଳେ ଅନ୍ୟ ଦୁଇଟି ଫ୍ଲୋରକୁ ଭଡ଼ା ଦେଇଥିଲେ ।

ସୂଚନାନୁଯାୟୀ ୯ ଅଗଷ୍ଟରେ ପଙ୍କଜ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା ଏବଂ ସୁରେଶଙ୍କ ସହ ଝଗଡ଼ା କରିଥିଲା । କିଛି ସମୟ ପରେ ମାମଲା ଶାନ୍ତ ପଡ଼ିଯାଇଥିଲା । ପଙ୍କଜ ଉଭୟ ବାପା ପୁଅଙ୍କୁ କ୍ଷମା ମାଗିଥିଲା । କିନ୍ତୁ ତା’ପର ଦିନ ହଠାତ୍‌ ଜଗଦୀଶ ଘରକୁ ପ୍ରବେଶ ବେଳେ ପିତା ସୁରେଶଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲା । ତାଙ୍କ ମୁଣ୍ତରୁ ପ୍ରବଳ ରକ୍ତ ବୋହୁଥିଲା । ଅଭିଯୁକ୍ତ ପଙ୍କଜ ସୁରେଶଙ୍କ ମୋବାଇଲ ଫୋନ୍‌, ଆଇଡି କାର୍ଡ ଓ ଅନ୍ୟାନ୍ୟ ଜିନିଷ ନେଇ ସେଠାରୁ ଫେରାର ହୋଇଯାଇଥିଲା । ସୁରେଶଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ଅଭିଯୁକ୍ତ ପଙ୍କଜଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି ।