ପତ୍ନୀ ବେଶ୍ୟାବୃତ୍ତିରେ ଗିରଫ ! ଦୁଇ ଝିଅଙ୍କୁ ସମୁଦ୍ରକୁ ଫିଙ୍ଗିଲା ବାପା

ଦୁଇ ଦିନ ପୂର୍ବେ ଉଭୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା । ତାପରେ ସ୍ୱାମୀ ଦୁଇ ଜଣ ଝିଅକୁ ନେଇ ଘରୁ ବାହାରିଯାଇଥିଲେ । କିନ୍ତୁ ଆଉ ଫେରିନଥିଲେ ।

Father Killed 2 Daughter

୩୩ ବର୍ଷର ଜଣେ ବ୍ୟକ୍ତି ନିଜର ଦୁଇ ଝିଅଙ୍କୁ କଲା ହତ୍ୟା । ଗଭୀର ସମୁଦ୍ରକୁ ଫିଙ୍ଗି ନେଲା ଜୀବନ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଚେନ୍ନାଇରୁ । ଭିଲ୍ଲିପୁରମ ଜିଲ୍ଲା ମାରାକମ୍‌ରେ ଗୁରୁବାର ବେଶ୍ୟାବୃତ୍ତି ଅଭିଯୋଗରେ ତାଙ୍କ ପତ୍ନୀ ଗିରଫ ହେବା ପରେ ସ୍ୱାମୀ ଏଭଳି କାଣ୍ଡ ଭିଆଇଛନ୍ତି । ବଡ଼ ଝିଅକୁ ୪ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ଦେଢ଼ ବର୍ଷ ହୋଇଥିଲା ।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ପତ୍ନୀ ବେଶ୍ୟାବୃତ୍ତିରେ ଥିବା ନେଇ ସ୍ୱାମୀ ଯେବେଠାରୁ ସନ୍ଦେହ କଲାଣି, ସେବେଠାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା ।

ଦୁଇ ଦିନ ପୂର୍ବେ ଉଭୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା । ତାପରେ ସ୍ୱାମୀ ଦୁଇ ଜଣ ଝିଅକୁ ନେଇ ଘରୁ ବାହାରିଯାଇଥିଲେ । କିନ୍ତୁ ଆଉ ଫେରିନଥିଲେ ।

ଶୁକ୍ରବାର କିଛି ଲୋକ କୋନ୍ନିମେଡୁ ନଦୀ କୂଳରୁ ସାନ ଝିଅର ମୃତଦେହକୁ ଉଦ୍ଧାର କରିଥିଲେ । ଆଉ ବଡ଼ ଝିଅର ମୃତଦେହକୁ ଅନୁମାନଥାଇକୁପ୍ପମ୍‌ରୁ ଉଦ୍ଧାର କରିଥିଲେ । ପୋଲିସ ସନ୍ଦେହ କରୁଛି ଯେ, ଦୁଇ ଝିଅଙ୍କ ବାପା ହିଁ ଏହି କାଣ୍ଡ ଭିଆଇଛନ୍ତି । ପିଲାଙ୍କୁ ନଦୀକୁ ଫିଙ୍ଗି ଜୀବନ ନେଇଛନ୍ତି ।

ଏହି ଘଟଣା ପରେ ମାରାକ୍କନ୍ନମ ପୋଲିସ ନିକଟରେ ଦୁଇ ଝିଅଙ୍କ ବାପା ନିଜକୁ ସରେଣ୍ଡର କରିଛନ୍ତି । ତାଙ୍କୁ ପୋଲିସ ଗିରଫ କରିଛି । ଆଉ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବ୍ୟକ୍ତି ଜଣକ ପତ୍ନୀଙ୍କ ଏଭଳି କାର୍ଯ୍ୟକଳାପ ବିଷୟରେ ଜାଣିବା ପରେ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ । ପରୋକ୍ଷରେ ପତ୍ନୀଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ସୂଚେଇଥିବା ବେଳେ ମଧ୍ୟ ପତ୍ନୀ ବେଶ୍ୟାବୃତ୍ତି ଛାଡ଼ିନଥିଲେ । ଶେଷରେ ଘରେ ପତ୍ନୀଙ୍କ ସହ ଜୋରଦାର କଥା କଟାକଟି ହେବା ପରେ ଦୁଇ ଝିଅଙ୍କ ଧରି ଘର ଛାଡ଼ି ବାହାରିଯାଇଥିଲେ । ହେଲେ ଆଉ ଫେରିନଥିଲେ....