Advertisment

ପୁଅ ସାଜିଲା ପିଶାଚ, ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ

ମାତୃହନ୍ତା ପାଲଟିଲା ପୁଅ । ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ତାଳପଦା ଗାଁରେ ଅଭାବନୀୟ ଘଟଣା

ଅଦ୍ୟତନ ହୋଇଛି
Man Strangles Mother In Balasore

Man Strangles Mother

Advertisment

ମାଆକୁ ତଣ୍ଟି ଚିପି ହତ୍ୟା କଲା ପୁଅ। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ତାଳପଦା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବାସନ୍ତୀ ମହାନ୍ତି। ଅଭିଯୁକ୍ତ ଅରୁଣ ମହାନ୍ତିଙ୍କୁ ଅଟକ ରଖିଛି ପୋଲିସ।

Advertisment

ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ଆସି ମାଆଙ୍କୁ ଖାଇବାକୁ ମାଗିଥିଲେ ଅରୁଣ। ତେବେ ଏହି କଥାକୁ ନେଇ ମାଆ ଓ ପୁଅ ମଧ୍ୟରେ ଯୁକ୍ତି ହୋଇଥିଲା l ଯୁକ୍ତିତର୍କ ଏତେ ମାତ୍ରାରେ ହୋଇଥିଲା ଯେ ମଦ୍ୟପାନ କରି ଆସିଥିବା ପୁଅ ଉତକ୍ଷିପ୍ତ ହୋଇଯାଇଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଅରୁଣ ନିଜ ମାଆ ତଣ୍ଟିକୁ ଚିପି ଦେଇଥିଲେ। l ତଣ୍ଟି ଚିପିବା ପରେ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା l

ଅଧିକ ପଢ଼ନ୍ତୁ: ଡବଲ ମର୍ଡର! ମହିଳା ବନ୍ଧୁଙ୍କ ଘରେ ଥିଲା ଯୁବକ, ୱାନ୍‌ ସାଇଡ୍‌ ଲଭର ଆସି କଲା ହତ୍ୟା

Advertisment

ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଯୁବକଙ୍କୁ ଅଟକ ରଖିବା ସହିତ ମୃତଦେହ ଜବତ କରିଛି l ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଅରୁଣକୁ ଅଟକ ରଖି ଅଧିକ ଖୋଳତାଡ କରୁଛି ସିମୁଳିଆ ଥାନା ପୋଲିସ। ତେବେ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ l

Murder Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ