Advertisment

ଉଗ୍ର ରୂପ ନେଲା ଗୁଳିମାଡ଼: ଅଭିଯୁକ୍ତର ସ୍ତ୍ରୀ, ୩ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୃତକଙ୍କ ପରିବାର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Man Shot Dead Over Digging Of A Pond In Dhenkanal

Man Shot Dead Over Digging Of A Pond In Dhenkanal

Advertisment

ଉଗ୍ର ରୂପ ନେଲା ଢେଙ୍କାନାଳରେ ଗୁଳିମାଡ଼ ଘଟଣା। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ମୃତକଙ୍କ ପରିବାର ମୁଖ୍ୟ ଅଭିଯୁକ୍ତର ପତ୍ନୀ ସାରଥୀ ନାୟକ ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରକୁ ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ସାରଥୀ ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରକୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଜମିଜମା ବିବାଦ ପାଇଁ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ୫୬ ବର୍ଷୀୟ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଏକ ଜମିରେ ପୋଖରୀ ନିର୍ମାଣକୁ ନେଇ ଦଳେଇ ନାୟକ ଓ ନୃପତି ନାୟକଙ୍କ ପରିବାର ମଧ୍ୟରେ ବିବାଦ ରହିଥିଲା। 

ନୃପତି ଓ ତାଙ୍କ ୪/୫ ଜଣ ସମ୍ପର୍କୀୟ ଭାଇ ମିଶି ଦଳେଇଙ୍କ ଉପରକୁ ଆକ୍ରମଣ କରିବା ସହ ଗୁଳିମାଡ଼ କରିଥିଲେ। ଦଳେଇଙ୍କ ଛାତି ଓ ବାମ ପଟ ହାତରେ ଗୁଳି ବାଜି ଥିଲା। ଗୁରୁତର ଅବସ୍ଥାରେ ଦଳେଇଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସଦରଥାନା ପୋଲିସ କନ୍ଧପାଳ ଗାଁରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇ ଥିବାବେଳେ ଏହି ସମୟରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ କରିଥିବା ଅଭିଯୁକ୍ତ ନୃପତିଙ୍କ ସ୍ତ୍ରୀ ସାରଥୀ ନାୟକ ୩ ବର୍ଷର ଶିଶୁପୁତ୍ରକୁ ଧରି ଗାଁରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଦଳେଇଙ୍କ ପରିବାର ଲୋକ ସାରଥୀ ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରକୁ ଗୋଡ଼ାଇ ଗୋଡ଼ାଇ ହାଣି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସାରଥୀ ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରକୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ମା’ ଓ ଶିଶୁପୁତ୍ରଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।

Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ