VIRAL VIDEO : ନାଚି ନାଚି ନିଜ ଘରେ ନିଆଁ ଲଗାଇଦେଲା ଯୁବକ

ବାୟା କଲା ନାଲିପାଣି । ନିଜ ଘରେ ଆଉ କେହି ନୁହେଁ ବରଂ ନିଜେ ନିଆଁ ଲଗାଇଦେଲା ମଦ୍ୟପ ଯୁବକ ।

ନିଜ ଘର ଜାଳି କି ଖୁସି ସେ . .

ମାତାଲ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଡେଇଁ ଡେଇଁ ନାଚଗୀତ କରି ନିଜ ଘରେ ନିଆଁ ଲଗାଇ ଦେଲା ମଦ୍ୟପ ଯୁବକ । ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୌଭାଗ୍ୟବଶଃତ ଘର ଭିତରେ କେହି ନଥିବାରୁ ମୃତାହତର ସୂଚନା ନାହିଁ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସାହାଜଖାଲ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ଗତକାଲି ରାତିରେ ସଂପୃକ୍ତ ଯୁବକ ଜଣଙ୍କ ମଦ ପିଇ ଆସି ଘରେ ପହଞ୍ଚିଥିଲେ । ଆଉ ତା’ପରେ କେହି କିଛି ଜାଣିବା ପୂର୍ବରୁ ଘରେ ନିଆଁ ଲଗାଇ ଦେଇଥିଲେ । ପାଖ ପଡ଼ୋଶୀ ଯୁବକଙ୍କୁ ଘରେ ନିଆଁ ନ ଲଗାଇବା ପାଇଁ ଯେତେ ବାରଣ କରିଥିଲେ ମଧ୍ୟ ଯୁବକ ଜଣଙ୍କ କିଛି ଶୁଣି ନଥିଲେ । ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି, ଯୁବକ ଜଣକ ନିଆଁ ଲଗାଇବା ପରେ ଉଦଣ୍ଡ ନୃତ୍ୟ କରୁଛନ୍ତି ।

ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏନେଇ ଅଗ୍ନିଶମ ବାହିନୀ କିମ୍ବା ସଂପର୍କୀୟ କାହାର ପ୍ରତିକ୍ରିୟା ମିଳିପାରିନି । ତେବେ ସେହି ସମୟରେ ଘରେ କେହି ନଥିଲେ  । ଅନ୍ୟପଟେ ନିଆଁରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।  ଏହି ଭଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।