Advertisment

ସମ୍ପତ୍ତି ପାଇଁ ସୈତାନ ସାଜିଲା ପୁଅ, ପିଟି ପିଟି ମାରିଦେଲା ବାପାକୁ, ଛାତିଥରା ଭିଡିଓ ଭାଇରାଲ୍...

ସମ୍ପତ୍ତି ପାଇଁ ୬୫ ବର୍ଷୀୟ ବାପାଙ୍କୁ ପ୍ରବଳ ମାଡ଼ । ବୁଢ଼ା ବାପାଟାର ମୁହଁକୁ ମାରି ଚାଲିଲା କୁଳାଙ୍ଗାର ପୁଅ । ରକ୍ତରେ ଜୁଡୁବୁଡୁ ହେଲା ବାପା । ମେଡିକାଲରେ ଚାଲିଗଲା ଜୀବନ ।

ଅଦ୍ୟତନ ହୋଇଛି
Crime

Crime

Advertisment

ସମ୍ପତ୍ତି ପାଇଁ ୬୫ ବର୍ଷୀୟ ବାପାଙ୍କୁ ପ୍ରବଳ ମାଡ଼ । ବୁଢ଼ା ବାପାଟାର ମୁହଁକୁ ମାରି ଚାଲିଲା କୁଳାଙ୍ଗାର ପୁଅ । ରକ୍ତରେ ଜୁଡୁବୁଡୁ ହେଲା ବାପା । ମେଡିକାଲରେ ଚାଲିଗଲା ଜୀବନ । ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ସାମାନ୍ୟ ବାପ ଅର୍ଜିତ ସମ୍ପତ୍ତିକୁ ନିଜ ନାଁରେ କରିବାକୁ ଏପରି କରିଛି ଜନ୍ମକଲା ପୁଅ । ଏଭଳି ଘଟଣା ଏବେ ବିଭିନ୍ନ ମହଲରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Advertisment

ଯୋଉ ବାପା ତାକୁ ପାଳିପୋଷି ବଡ଼କଲା ସେଇ ବାପାକୁ ମୁଥ ପରେ ମୁଥ ମାରି ଚାଲିଛି କୁଳାଙ୍ଗାର ପୁଅ। ଏ ଦୃଶ୍ୟ ଦେଖିବା ପରେ ଏତିକି ଅନୁଭବ ହେଉଛିଯେ, ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ଏଇ ପୁଅକୁ ଯେତେ ବଡ଼ ଦଣ୍ଡ ଦେଲେ ବି କମ୍ ପଡ଼ିବ। ସବୁଠୁ ଉଦବେଗଜନକ ବିଷୟଟି ହେଉଛି, କୁଳାଙ୍ଗାର ପୁଅ ମାଡ଼ ମାରିବା ପରେ ଆଉ ଥରୁଟିଏ ବି ମୃତ୍ୟୁକୁ ଦରାଣ୍ଡି ହେଉଥିବା ବିଚରା ବାପାକୁ ଆଡ଼ ଆଖିରେ ବି ଚାହିଁବାକୁ ଆସିଲାନି। ଧିକ୍ ଏମିତି ପୁଅକୁ...। 

ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବୁଢ଼ା ବାପା ଚେୟାରରେ ବସିଥିବାବେଳେ ନିର୍ଧୂମ ମାଡ଼ ମାରୁଛି ପୁଅ । ମୁହଁକୁ ମୁହଁକୁ ମାଡ଼ ମାରିବା ପରେ ବୃଦ୍ଧ ନିଜର ଚେତା ହରାଉଛନ୍ତି । ମାଡମାରି ଥକିଯିବା ପରେ ପୁଣି ଫେରିଆସି ବୁଢ଼ା ବାପାଙ୍କୁ ଲାତ ମାରୁଛି କୁଳାଙ୍ଗାର ପୁଅ । ପରେ ଘରର ଜଣେ ସଦସ୍ୟ ଆସି ତାଙ୍କୁ ଅଟକାଉଛନ୍ତି ।

Advertisment

ଘଟଣାସ୍ଥଳରେ ବୁଢ଼ା ବାପା ଅଚେତ ହୋଇପଡ଼ିଥିବାବେଳେ ଜଣେ ମହିଳା ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର କିଛି ସମୟ ପରେ ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

Advertisment

ଏପରି ଏକ ଅଭାବନୀୟ ଖବର ତାମିଲନାଡ଼ୁରୁ ଆସିଛି । ପେରାମବାଲୁରର ଜଣେ ୬୫ ବର୍ଷୀୟ ବାପାକୁ ମାଡ଼ ମାରି ଜୀବନରୁ ମାରି ଦେଇଛି ପୁଅ । ଗତ ୧୮ ତାରିଖରେ ଏହି ଘଟଣା ଘଟିଥିବାବେଳେ ସେହିଦିନ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଅଭିଯୁକ୍ତ ନାଁରେ ବିଭନ୍ନ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Dispute Man Son Property
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ