Advertisment

ସ୍ୱାମୀ କଲେ ଦୁଷ୍କର୍ମ, ଭିଡିଓ ରେକର୍ଡ କଲେ ସ୍ତ୍ରୀ: ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ସମ୍ପର୍କୀୟ ଦେଢ଼ଶୁର !

ସ୍ୱାମୀ କଲେ ଦୁଷ୍କର୍ମ, ଭିଡିଓ ରେକର୍ଡ କଲେ ସ୍ତ୍ରୀ। ୫ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Man rapes pregnant relative while wife records video

Man rapes pregnant relative while wife records video

Advertisment

ସ୍ୱାମୀ କଲେ ଦୁଷ୍କର୍ମ, ଭିଡିଓ ରେକର୍ଡ କଲେ ସ୍ତ୍ରୀ। ୫ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ପୀଡ଼ିତା ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ, ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। 

Advertisment

ପୋଲିସ୍‌ ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁର ଜଣେ ୫ ମାସର ଗର୍ଭବତୀଙ୍କୁ ତାଙ୍କ ସମ୍ପର୍କୀୟ ଦେଢ଼ଶୁର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ଫେବୃଆରୀ ୨୮ ତାରିଖରେ ଗାଁର ଜଣେ ଆଶା ଦିଦି ସମ୍ପୃକ୍ତ ମହିଳାଙ୍କୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବାକୁ କହି ନିଜ ପୁଅଙ୍କ ବାଇକ୍‌ରେ ମହିଳାଙ୍କୁ ନେଇ ନବରଙ୍ଗପୁର ଯାଉଥିଲେ। ହେଲେ ଅଧା ବାଟରେ ଆଶା ଦିଦିଙ୍କ ସ୍ୱାମୀ ତଥା ସମ୍ପୃକ୍ତ ମହିଳାଙ୍କ ସମ୍ପର୍କୀୟ ଦେଢ଼ଶୁର ଉକ୍ତ ମହିଳା ଓ ତାଙ୍କ ସ୍ତ୍ରୀଙ୍କୁ ନେଇ ନବରଙ୍ଗପୁର ଆଣିଥିଲେ। 

ସେହି ସମୟରେ ମହିଳା ଜଣକ ଦେଢ଼ଶୁରଙ୍କ ସହ ଗୋଟିଏ ଗାଡ଼ିରେ ବସିବେ ନାହିଁ ବୋଲି କହିବାରୁ ତାଙ୍କୁ ଧମକ ଚମକ ଦେଇ ଉଭୟ ସ୍ୱାମୀ, ସ୍ତ୍ରୀ ଗାଡ଼ିରେ ବସାଇଥିଲେ। ପରେ ଗର୍ଭବତୀଙ୍କୁ ମେଡିକାଲ୍‌ ନେବା ପରିବର୍ତ୍ତେ ଆଶା ଦିଦି ତାଙ୍କ ମାଉସୀଙ୍କ ଘରକୁ ନେଇ ମହିଳାଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଆଶା ଦିଦିଙ୍କ ସ୍ୱାମୀ ଗର୍ଭବତୀଙ୍କୁ ଦୁଷ୍କର୍ମ କରିଥିଲେ। ସ୍ୱାମୀ ଗର୍ଭବତୀଙ୍କୁ ଦୁଷ୍କର୍ମ କରୁଥିବା ବେଳେ ତାଙ୍କ ପତ୍ନୀ ତଥା ଆଶା ଦିଦି ନିଜ ମୋବାଇଲ୍‌ରେ ଏହାକୁ ରେକର୍ଡ କରିଥିବା ଅଭିଯୋଗ ହୋଇଛି।

Advertisment

ଯଦି ଏନେଇ ସେ କାହାକୁ କୁହନ୍ତି, ତା’ହେଲେ ଭିଡିଓ ଭାଇରାଲ୍‌ ସହ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଆଶା ଦିଦି ଓ ତାଙ୍କ ସ୍ୱାମୀ। ପୀଡ଼ିତା ଜଣକ ସେହି ସମୟରେ ଚୁପ୍‌ ରହିଥିଲେ ମଧ୍ୟ ଗତ ୧୧ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାଦେଖି ଗାଁଲୋକେ ତାଙ୍କୁ ଅଟକାଇ ଥିଲେ। ପରେ ପୀଡ଼ିତା ସବୁ କଥା କହିବା ପରେ ଖାତିଗୁଡା ଥାନାରେ ଏତଲା ଦେଇଥିଲେ। 

ଅଭିଯୋଗ ଆଧାରରେ ଖାତିଗୁଡା ପୋଲିସ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  

Advertisment
Woman Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ