Advertisment

ଏଭଳି ସ୍ୱାମୀକୁ ଧିକ୍‌: ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତକୁ ଟେକି ଦେଲା, ଶେଷରେ...

ପତି ପତ୍ନୀଙ୍କ ମଧୁର ସମ୍ପର୍କରେ ଲାଗିଲା ଦାଗ। ଯିଏ ସୁଖ, ଦୁଃଖରେ ଛିଡ଼ା ହେବା ପାଇଁ ସ୍ତ୍ରୀକୁ ବଚନ ଦେଇଥିଲେ, ଶେଷରେ ସବୁକିଛି ଭୁଲି ପିଶାଚ ସାଜିବାକୁ ମଧ୍ୟ ପଛାଇଲେ ନାହିଁ। ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତରେ ଟେକି ଦେଇ ଜହ୍ଲାଦ ସାଜିଲା ସ୍ୱାମୀ।

ଅଦ୍ୟତନ ହୋଇଛି
Man Offers Wife To Friend For Rape In Nabarangpur

Man Offers Wife To Friend For Rape In Nabarangpur

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲେ, ହେଲେ ଗୋଟିଏ ଜନ୍ମରେ ବି କଥା ରଖି ପାରିଲେନି। ଯିଏ ସୁଖ, ଦୁଃଖରେ ଛିଡ଼ା ହେବା ପାଇଁ ସ୍ତ୍ରୀକୁ ବଚନ ଦେଇଥିଲେ, ଶେଷରେ ସବୁକିଛି ଭୁଲି ପିଶାଚ ସାଜିବାକୁ ମଧ୍ୟ ପଛାଇଲେ ନାହିଁ। ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତରେ ଟେକି ଦେଇ ଜହ୍ଲାଦ ସାଜିଲା ସ୍ୱାମୀ। ସମ୍ପୃକ୍ତ ବ୍ୟକ୍ତିଙ୍କ ୨ଜଣ ସାଙ୍ଗ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି। ଘଟଣାକୁ ନେଇ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଓ ତାଙ୍କର ଜଣେ ସାଙ୍ଗକୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅନ୍ୟ ଜଣେ ସାଙ୍ଗ ଫେରାର ଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, କୁନ୍ଦେଇ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ୩ ବର୍ଷ ପୂର୍ବେ ରାଇଘର ଅଞ୍ଚଳର ଜଣେ ଯୁବକ ବିବାହ କରିଥିଲେ। ତେବେ ବିବାହର ମାତ୍ର ୩ ମାସ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ନିଜ ବାପ ଘରେ ରହି ଆସୁଥିଲେ। ଭଙ୍ଗା ସଂସାରକୁ ଆଉ ଥରେ ପୁନର୍ବାର ଗଢ଼ିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ସ୍ତ୍ରୀଙ୍କୁ କହିଥିଲେ। ଉଭୟ ହାଇଦ୍ରାବାଦ ଯାଇ କାମ କରି ପୁଣିଥରେ ନୂତନ ଜୀବନ ଆରମ୍ଭ କରିବା କଥା କହି ସ୍ତ୍ରୀକୁ ବ୍ୟକ୍ତି ଜଣକ ଫୋନ୍‌ରେ କହିଥିଲେ।

ଚଳିତ ମାସ ୨୦ ତାରିଖ ସନ୍ଧ୍ୟାରେ ଯୋଜନା ବଦ୍ଧ ଭାବେ ଉକ୍ତ ବ୍ୟକ୍ତି ସ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ଆଣିବା ସହ ନିଜର ୨ଜଣ ସାଙ୍ଗଙ୍କୁ ମଧ୍ୟ ସାଙ୍ଗରେ ନେଇକି ଆସିଥିଲେ। ସ୍ଥାନୀୟ ହଳଦୀ ଘାଟି ନିକଟରେ ନିଜ ସ୍ତ୍ରୀଙ୍କ ସହ ଦୁଷ୍କର୍ମ ଓ ପରେ ହତ୍ୟା କରିବା ପାଇଁ ପିଶାଚ ସ୍ୱାମୀ ସାଙ୍ଗଙ୍କୁ କହିଥିଲେ। ଏହାପରେ ୨ଜଣ ସାଙ୍ଗ ମିଶି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୌଣସିମତେ ସୁଯୋଗ ଦେଖି ମହିଳା ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହାପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ  କୁନ୍ଦେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। 

Advertisment

ଗତକାଲି ଘଟଣାର ତଦନ୍ତ କରି କୁନ୍ଦେଇ ପୋଲିସ ଅଭିଯୁକ୍ତ ସ୍ୱାମୀ ଏବଂ ଜଣେ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅନ୍ୟ ଜଣେ ସାଙ୍ଗ ଫେରାର୍ ଥିବା ଥାନା ଅଧିକାରୀ ପ୍ରଶାନ୍ତ ସେଠୀ ସୂଚନା ଦେଇଛନ୍ତି। 

Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ