Man kills Wife
ସାତଜନ୍ମର ସାଥୀକୁ ଜାଳିପୋଡ଼ି ପାଉଁଶ କରିଦେଲା ରାକ୍ଷସ ସ୍ୱାମୀ । ଖଣ୍ତଖଣ୍ତ କରି ଶରୀରକୁ କାଟିବା ପରେ ନିଆଁରେ ଜାଳିଦେଲା । ଯେଉଁ ମଥାରେ ସିନ୍ଦୁର ପିନ୍ଧାଇଥିଲା, ଶେଷରେ ସେହି ମୁଣ୍ତକୁ ଗଣ୍ତିକୁ ଅଲଗା କରିଦେଲା । ଏଭଳି ହୃଦୟବିଦାରକ ଘଟଣା ହରିୟାଣାର ମାନେସର୍ ଅଞ୍ଚଳରେ ଘଟିଛି ।
ଏପ୍ରିଲ ୨୧ ରେ ମାନେସର୍ ଅଞ୍ଚଳର କୁକଡୋଲା ଗାଁରୁ ପୋଲିସ ଜଣେ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତଦେହକୁ ଜବତ କରିଥିଲା । ଆଶ୍ଚର୍ଯ୍ୟର କଥା ହେଲା ମୃତଦେହର ମୁଣ୍ତ ସହ ୨ ହାତ ବି ନଥିଲା । ଏହାର କିଛିଦିନ ପରେ ପୋଲିସ ସେଠାରୁ କିଛି ଦୂରରେ ୨ଟି କଟା ହାତ ଓ ଏପ୍ରିଲ ୨ ରେ ଅନ୍ୟ ସ୍ଥାନରୁ ମୃତ ମହିଳାଙ୍କ ମୁଣ୍ଡ ଜବତ କରିଥିଲା।
ଅଧିକ ପଢ଼ନ୍ତୁ: ସ୍ୱାମୀ ନା ପିଶାଚ, ସ୍ତ୍ରୀକୁ ଏସିଡ୍ ପିଆଇ ମାରିଦେଲା ସ୍ୱାମୀ
ଘଟଣାର ତଦନ୍ତ ପରେ ପୋଲିସ୍ ମୃତ ମହିଳାଙ୍କୁ ଚିହ୍ନଟ କରି ତାଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କୁ ଗିରଫ କରିଛି । ଜିତେନ୍ଦ୍ର ଗାନ୍ଧୀନଗର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମାନେସରରେ ଭଡ଼ା ଘରେ ରହୁଥିଲେ । ପୋଲିସ୍ ଏବେ ଜିତେନ୍ଦ୍ରକୁ ପଚରାଉଚରା କରୁଥିବା ବେଳେ ଖୁବ୍ଶୀଘ୍ର ପୂରା ଘଟଣା ଉପରୁ ପରଦା ହଟିବ ବୋଲି ସୂଚନା ଦେଇଛି ।
ପୋଲିସ୍ ସୂଚନାନୁଯାୟୀ, ମହିଳାଙ୍କ ମୃତଦେହ କୁକଡୋଲା ଗାଁର ଏକ ଘରୁ ଜବତ ହୋଇଥିଲା। ଉକ୍ତ ଜାଗାକୁ ଉମେଦ ସିଂ ନାମକ ବ୍ୟକ୍ତି ଲିଜ୍ରେ ନେଇଥିବା ବେଳେ ସେଠାରେ ଏକ ଘର କରିଥିଲେ । ଘରୁ ଧୂଆଁ ବାହାରୁଥିବା ସୂଚନା ପାଇ ଉମେଦ ସିଂ ପୋଲିସ୍କୁ ସୂଚନା ଦେଇଥିଲେ। ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682685201.jpg)