Advertisment

ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ବାପା, ମାଟି ଖୋଳିବା ପରେ ମିଳିଲା...

ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା। ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ହତ୍ୟାକାରୀ ବାପା ଓ ତାଙ୍କର ଆଉ ୨ ପୁଅଙ୍କୁ ଅଟକ ରଖିଛି।

ଅଦ୍ୟତନ ହୋଇଛି
Man Kills Son

Man Kills Son

Advertisment

ବାଲିଗୁଡ଼ା: ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା। ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରମିଲା ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ୍ୟ ପୂଜାରୀ। ପୋଲିସ୍‌ ହତ୍ୟାକାରୀ ବାପା ଭୁସ୍କର ପୂଜାରୀଙ୍କ ସମେତ ତାଙ୍କର ଆଉ ୨ ପୁଅଙ୍କୁ ଅଟକ ରଖିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ସାନ ପୁଅ ଚୈତନ୍ୟକୁ ଭୁସ୍କର ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ। ପରେ ଘରକୁ ଫେରି ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ। ହେଲେ ଚୈତନ୍ୟଙ୍କୁ ତାଙ୍କ ବାପା ହତ୍ୟା କରିଛନ୍ତି ବୋଲି ପଡ଼ୋଶୀ ଖବର ପାଇ ପରମପାଙ୍ଗା ସରପଞ୍ଚଙ୍କୁ ଜଣାଇଥିଲେ। ଏନେଇ ସରପଞ୍ଚ ବାଲିଗୁଡ଼ା ପୋଲିସକୁ ଖବର ଦେଇଥିଲେ।

ବାଲିଗୁଡ଼ା ପୁଲିସ ଘଟଣାର ତଦନ୍ତ କରି ଗତକାଲି ଭୁସ୍କରଙ୍କ ସହ ତାଙ୍କର ୨ ପୁଅକୁ ଥାନାକୁ ଆଣି ଅଟକ ରଖିଥିଲା। ଭୁସ୍କରଙ୍କୁ ପଚରାଉଚରା କରିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଆଜି ବାଲିଗୁଡା ପୋଲିସ ଭୁସ୍କରଙ୍କୁ ଘଟଣାସ୍ଥଳକୁ ନେଇ ମାଟି ତଳୁ ଚୈତନ୍ୟଙ୍କ ମୃତଦେହ ଉଦ୍ଧାର କରିଥିଲା।

Advertisment

ଚୈତନ୍ୟ ମଦ ପିଇ ପରିବାର ଲୋକଙ୍କୁ ହଇରାଣ କରୁଥିଲେ। ଏହା ଅସହ୍ୟ ହେବାକୁ ଭୁସ୍କର ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାକୁ ନେଇ ଭୁସ୍କର କହିଛନ୍ତି, ମୁଁ ପୁଅକୁ ହତ୍ୟା କରିନାହିଁ। ସେ ଦଉଡି ଲଗାଇ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିବା ପରେ ମୁଁ ତାକୁ ନିଜେ ଗାତ ଖୋଳି ପୋତିଦେଇଥିଲି।’ 

Advertisment

ପୋଲିସ ଘଟଣାର ତଦନ୍ତ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। 

Murder Man Kills Son Honour Killing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ