Advertisment

ରୁମ୍‌ମେଟ୍‌କୁ ହତ୍ୟା କରି ମୃତଦେହ ବାହାରେ ଫିଙ୍ଗିଲେ ଯୁବକ, ଘରକୁ ଆସି ...

ରୁମ୍‌ମେଟ୍‌କୁ ହତ୍ୟା କରିବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପୋଲିସ୍‌ ଗିରଫ କରିଛି। ଯୁବକ ଜଣକ ନିଜ ରୁମ୍‌ମେଟ୍‌କୁ ଘରେ ଭିତରେ ହତ୍ୟା କରି ମୃତଦେହକୁ ବାହାର ଫିଙ୍ଗି ଦେଇଥିଲେ। ଏହାପରେ ଘରକୁ ଆସି ରୁମ୍‌ ସଫା କରି ଶୋଇ ପଡ଼ିଥିଲେ।

ଅଦ୍ୟତନ ହୋଇଛି
ରୁମ୍‌ମେଟ୍‌କୁ ହତ୍ୟା କରି ମୃତଦେହ ବାହାରେ ଫିଙ୍ଗିଲେ ଯୁବକ, ଘରକୁ ଆସି ...

man booked for Kills Roommate

Advertisment

ନାଗପୁର: ରୁମ୍‌ମେଟ୍‌କୁ ହତ୍ୟା କରିବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପୋଲିସ୍‌ ଗିରଫ କରିଛି। ଯୁବକ ଜଣକ ନିଜ ରୁମ୍‌ମେଟ୍‌କୁ ଘରେ ଭିତରେ ହତ୍ୟା କରି ମୃତଦେହକୁ ବାହାର ଫିଙ୍ଗି ଦେଇଥିଲେ। ଏହାପରେ ଘରକୁ ଆସି ରୁମ୍‌ ସଫା କରି ଶୋଇ ପଡ଼ିଥିଲେ। ମହାରାଷ୍ଟ୍ରର ନାଗପୁରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ୩୫ ବର୍ଷୀୟ ରାଜୁ ନନ୍ଦେଶ୍ୱରୀ ଓ ଅଭିଯୁକ୍ତ ଜଣକ ହେଲେ ୨୬ ବର୍ଷୀୟ ଦେବାଂଶ ୱାଘୋଡେ।

Advertisment

ସୂଚନା ଅନୁସାରେ, ରାଜୁ ଓ ଦେବାଂଶ ମହାରାଷ୍ଟ୍ର ନାଗପୁରର ଦଭା ଅଞ୍ଚଳରେ ଭଡ଼ା ଘରେ ରୁହନ୍ତି। କୌଣସି କାରଣକୁ ନେଇ ଶନିବାର ରାତିରେ ରାଜୁ ଓ ଦେବାଂଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦେବାଂଶ ଏକ ଧାରୁଆ ଅସ୍ତ୍ରରେ ରାଜୁଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଦେବାଂଶ, ରାଜୁଙ୍କ ମୃତଦେହକୁ ନେଇ ଏକ ଖାଲି ସ୍ଥାନରେ ଫିଙ୍ଗି ଦେଇଥିଲେ ଓ ସେଠାରୁ ଚାଲି ଆସିଥିଲେ। ସେଠାରୁ ଘରକୁ ଆସି ଦେବାଂଶ ରୁମ୍‌ ସଫା କରି ଶୋଇ ପଡ଼ିଥିଲେ। ଖାଲି ସ୍ଥାନରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁରା ଘଟଣାକୁ ସାମ୍ନାକୁ ଆସିଥିଲା।

ନିଜ ରୁମ୍‌ମେଟ୍‌ ରାଜୁକୁ ହତ୍ୟା କରିବା ଅଭିଯୋଗରେ ଦେବାଂଶକୁ ପୋଲିସ୍‌ ଗିରଫ କରିଛି। ଉଭୟ ରାଜୁ ଓ ଦେବାଂଶ ଏକ ଗ୍ୟାରେଜ୍‌ରେ କାର୍‌ ମେକାନିକ୍‌ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି।

Advertisment
Maharashtra Man Kills Roommate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ