Advertisment

କେକ୍‌ ଖୁଆଇବା ପରେ ଗର୍ଲଫ୍ରେଣ୍ଡ୍‌ର ଗଳା କାଟିଦେଲା ପ୍ରେମିକ

ଏକାଠି ହୋଇ ସାରା ଦିନ ବିତାଇବା ପରେ ପ୍ରେମିକା ପାଇଁ କେକ୍‌ ଆଣିଥିଲେ ପ୍ରେମିକ କିନ୍ତୁ ତାପରେ ସବୁ ଓଲଟପାଲଟ ହୋଇଗଲା।

ଅଦ୍ୟତନ ହୋଇଛି
Bengaluru Murder Case

Man Kills Girlfriend, Moments After Celebrating Her Birthday

Advertisment

ଯେଉଁ ହାତରେ ନିଜ ପ୍ରେମିକାକୁ କେକ୍‌ ଖୁଆଇଲା, ସେହି ହାତରେ ପ୍ରେମିକାକୁ ମାରିଦେଲା ପ୍ରେମିକ। ଭୁଲିଗଲା ପ୍ରେମ, ଆଉ ପ୍ରେମିକ ରଚିଲା ଜଘନ୍ୟ ହତ୍ୟାକାଣ୍ଡ। ପୂର୍ବ ଯୋଜନା ମୁତାବକ ଗର୍ଲଫ୍ରେଣ୍ଡକୁ ହତ୍ୟା କଲା ପ୍ରେମିକ। ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ବେଙ୍ଗାଲୁରୁରେ। ଗତ ଶୁକ୍ରବାର ଲାଗେରୀ ଅଞ୍ଚଳରେ ଅଞ୍ଚଳରେ ଏହି ଘଟଣା ଘଟିଛି।

Advertisment

କନକପୁର ଅଞ୍ଚଳର ଜଣେ ଯୁବକ ପ୍ରଶାନ୍ଥ ସେହି ଅଞ୍ଚଳର ଯୁବତୀଙ୍କ ପ୍ରେମସମ୍ପର୍କ ଥିଲା। ଯୁବତୀଙ୍କ ନାଁ ନାଭ୍ୟା। ପୋଲିସର କହିବାନୁସାରେ ଅଭିଯୁକ୍ତ ଓ ପୀଡିତା ଦୂର ସମ୍ପର୍କୀୟ। ୬ ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ନାଭ୍ୟା ପୋଲିସ ବିଭାଗର ଆଭ୍ୟନ୍ତରୀଣ ସୁରକ୍ଷା ଡିଭିଜନ୍‌ରେ କିରାଣୀ ଚାକିରି କରୁଥିଲେ। ଏପ୍ରିଲ ୧୧ ଟାରିଖରେ ନାଭ୍ୟାଙ୍କ ଜନ୍ମ ଦିନ ଥିଲା। କିନ୍ତୁ ସେଦିନ ପ୍ରଶାନ୍ଥ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଜନ୍ମଦିନକୁ ଶୁକ୍ରବାର ପାଳନ କରିବା ପାଇଁ ଉଭୟେ ମନସ୍ଥ କରିଥିଲେ।

ଅଧିକ ପଢ଼ନ୍ତୁ: ରାତିରେ ୨ଥର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ସ୍ୱାମୀ, ମନା କରିବାରୁ ପତ୍ନୀର ଗଳା କାଟିଦେଲା

Advertisment

ଶୁକ୍ରବାର ଏକାଠି ହୋଇ ସାରା ଦିନ ବିତାଇବା ପରେ ପ୍ରଶାନ୍ଥ ତାର ପ୍ରେମିକା ପାଇଁ କେକ୍‌ ଆଣିଥିଲେ। ଆଉ ବହୁତ ସାରା ସେଲିବ୍ରେସନ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ବର୍ଥ ଡେ କେକ୍‌ କାଟିବାର କିଛି ସମୟ ଭିତରେ ପ୍ରଶାନ୍ଥ ଗୋଟିଏ ଛୁରୀରେ ନାଭ୍ୟାଙ୍କ ଗଳା କାଟିଦେବା ସହ ହତ୍ୟା କରିଥିଲା। ତେବେ ସେଲିବ୍ରେସନ ପରେ ଏଭଳି କାଣ୍ଡ କାହିଁକି ଭିଆଇଲା ପ୍ରେମିକ। ଏନେଇ ରାଜଗୋପାଳନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଶାନ୍ଥକୁ ଗିରଫ କରିଥିଲା। 

ତେବେ ଜେରା ବେଳେ ଅଭିଯୁକ୍ତ ନାଭ୍ୟାଙ୍କୁ ମାରିବାର କାରଣ କହିଛି। ଅଭିଯୁକ୍ତ କହିଛି ଯେ ନାଭ୍ୟା ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ସେ ବହୁତ ବିଚଳିତ ଥିଲେ। ଏପରିକି ଅନ୍ୟ ସହ ଚାଟିଂ କରୁଥିଲେ। ଏନେଇ ତାଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ହୋଇଥିଲା। ହେଲେ ଶେଷରେ ଜୀବନ ନେଇଯିବାର ଚରମ ନିଷ୍ପତ୍ତି ନେଇଥିଲା ପ୍ରେମିକ। ସେପଟେ ପୋଲିସ୍ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭିକ୍ଟୋରିଆ ହସ୍ପିଟାଲ ପଠାଯାଇଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ