Advertisment

ଭଉଣୀକୁ ବାହା ହେବା ପାଇଁ ଚାହୁଁଥିଲା ସମ୍ପର୍କୀୟ ଭାଇ, ମନା କରିବାରୁ ଜୀବନ ନେଇଗଲା ଯୁବକ...

ବିବାହ ପ୍ରସ୍ତାବକୁ ରୋକଠୋକ ମନା କରିଦେଲେ ଯୁବତୀ। ହେଲେ ଯୁବତୀଙ୍କ ଏହି ପ୍ରତ୍ୟାଖାନକୁ ସହଜରେ ଗ୍ରହଣ କରିପାରିଲାନି ଯୁବତୀଙ୍କୁ ଭଲ ପାଉଥିବା ଯୁବକ ଜଣକ। ଶେଷରେ ତାଙ୍କ ଜୀବନ ନେବା ପାଇଁ ସେ ଯୋଜନା କରିଥିଲା।

ଅଦ୍ୟତନ ହୋଇଛି
Man Killed Cousin After She Refused To Marry Him

Man Killed Cousin After She Refused To Marry Him

Advertisment

ବିବାହ ପ୍ରସ୍ତାବକୁ ରୋକଠୋକ ମନା କରିଦେଲେ ଯୁବତୀ। ହେଲେ ଯୁବତୀଙ୍କ ଏହି ପ୍ରତ୍ୟାଖାନକୁ ସହଜରେ ଗ୍ରହଣ କରିପାରିଲାନି ଯୁବତୀଙ୍କୁ ଭଲ ପାଉଥିବା ଯୁବକ ଜଣକ। ଶେଷରେ ତାଙ୍କ ଜୀବନ ନେବା ପାଇଁ ସେ ଯୋଜନା କରିଥିଲା। ଯୋଜନା ଅନୁସାରେ, ପାର୍କକୁ ଡାକି ମୁଣ୍ଡକୁ ରଡ୍‌ରେ ପିଟି ହତ୍ୟା କରିଥିଲା। ଦିଲ୍ଲୀରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗତକାଲି ମାଲଭିୟ ନଗର ଅଞ୍ଚଳର ଅରବିନ୍ଦ କଲେଜ ନିକଟରେ ଏକ ପାର୍କରେ ଏହି ହତ୍ୟାକାଣ୍ଡ ଘଟିଛି।

Advertisment

ସବୁଠାରୁ ବଡ଼ କଥା ହେଲା, ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ଆଉ କେହି ନୁହନ୍ତି ବରଂ ତାଙ୍କ ସମ୍ପର୍କୀୟ ଭାଇ। ଯିଏକି ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲା। ହେଲେ ତାଙ୍କର ଏହି ପ୍ରସ୍ତାବକୁ ଯୁବତୀ ପ୍ରତ୍ୟାଖାନ କରିଦେଇଥିଲେ। ହତ୍ୟା ପରେ ଅଭିଯୁକ୍ତ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ପୋଲିସ୍‌ ଜେରା ବେଳେ ଅଭିଯୁକ୍ତ ଅନେକ ଖୁଲାସା କରିଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତର ନାଁ ଇରଫାନ୍‌(୨୮)। ମୃତ ଯୁବତୀଙ୍କ ନାଁ ନର୍ଗିସ୍‌। ଇରଫାନ୍‌ ପୋଲିସ୍‌କୁ କହିଛି ଯେ, ‘ମୁଁ ନର୍ଗିସ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲି। ହେଲେ ସେ ମନା କରି ଦେଇଥିଲେ। କାରଣ ତାଙ୍କ ପରିବାର ଲୋକ ଏହି ବିବାହ ପ୍ରସ୍ତାବରେ ରାଜି ନଥିଲେ। ଏଥିପାଇଁ ନର୍ଗିସ୍‌ ମୋ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦେଇଥିଲେ। ଏହାପରେ ପାର୍କକୁ ଭେଟିବା ପାଇଁ ପାଇଁ ଡାକି ତାଙ୍କୁ ମାରି ଦେଇଥିଲି।’

Advertisment

ବିବାହ ନହେବାରୁ ରାଗିକି ଥିଲା ଇରଫାନ୍‌...

ଇରଫାନ୍‌ ସଙ୍ଗମ ବିହାରରେ ରହୁଥିବା ବେଳେ ସେ ଏକ ଫୁଡ୍‌ ଅନ୍‌ଲାଇନ୍‌ ଆପ୍‌ର ଡେଲିଭରି ବୟ ଭାବେ କାମ କରନ୍ତି। ଇରଫାନ୍‌ କହିଛି ଯେ, ନର୍ଗିସ୍‌ ବିବାହ ପାଇଁ ମନା କରିବାରୁ ଅନ୍ୟ କୌଣସି ସ୍ଥାନରେ ମଧ୍ୟ ତାଙ୍କ ବିବାହ ସ୍ଥିର ହୋଇପାରୁ ନଥିଲା। ତେଣୁ ଏସବୁକୁ ନେଇ ସେ ରାଗିକି ଥିଲା। 

୩ ଦିନ ପୂର୍ବରୁ ହୋଇଥିଲା ମର୍ଡର ପ୍ଲାନ୍‌...

ପୋଲିସ୍‌ ଜେରା ବେଳେ ଅଭିଯୁକ୍ତ ଇରଫାନ୍‌ କହିଛି ଯେ, ୩ ଦିନ ପୂର୍ବରୁ ସେ ହତ୍ୟାର ପ୍ଲାନିଂ କରିଥିଲା। ଶୁକ୍ରବାର ଅପରାହ୍ଣରେ ସେ ପାର୍କରେ ପହଞ୍ଚିଥିଲା ଓ ନର୍ଗିସଙ୍କୁ ଭେଟିବା ପାଇଁ ଡାକିଥିଲା। ନର୍ଗିସ୍‌ ପାର୍କରେ ପହଞ୍ଚିଥିଲେ, ହେଲେ ଇରଫାନ୍‌ ସହ କଥା ହେବା ପାଇଁ ମନା କରି ଦେଇଥିଲେ। ଏଥିରେ ରାଗି ଯାଇ ଇରଫାନ୍‌ ବ୍ୟାଗ୍‌ରୁ ଲୁହା ରଡ୍‌ ବାହାର କରି ତାଙ୍କ ଉପରେ ଆକ୍ରମଣ କରିଥିଲା। ଏହାପରେ ଅଭିଯୁକ୍ତ ନିଜେ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ