Man Kept A Pensioner Body In Freezer Used His Money For Shopping
ପେନ୍ସନ୍ ଟଙ୍କା ହାତେଇବା ପାଇଁ ମୃତ ବ୍ୟକ୍ତିଙ୍କୁ ଫ୍ରିଜରରେ ରଖିଲେ। ମାସେ କି ଦୁଇ ମାସ ନୁହେଁ ପ୍ରାୟ ୨ ବର୍ଷ ଧରି ଶବକୁ ଫ୍ରିଜରରେ ରଖାଯାଇଥିଲା। ଆଉ ଏହି ଟଙ୍କାରେ ଅଭିଯୁକ୍ତ ଜଣକ ଶପିଂ କରୁଥିଲେ। ବ୍ରିଟେନରେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏନେଇ ଅଭିଯୁକ୍ତ ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛନ୍ତି।
The news outlet ରିପୋର୍ଟ ଅନୁସାରେ, ୨୦୧୮ ମସିହା, ସେପ୍ଟେମ୍ବରରେ ଜନ୍ ୱେନରାଇଟ୍(୭୧)ଙ୍କ ମୃତ୍ୟୁ ଘଟିଥିଲା। ହେଲେ ୨୦୨୦ ମସିହା ଅଗଷ୍ଟ ୨୨ରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେବେଯାଏ ତାଙ୍କ ଶବକୁ ଫ୍ରିଜରରେ ରଖାଯାଇଥିଲା। ଏହି ମାମଲାରେ ମଙ୍ଗଳବାର ଦିନ ୫୨ ବର୍ଷୀୟ ଡାମିଅନ୍ ଜନ୍ସନ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ହେଲେ ପରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି।
ମୃତ ୱେନରାଇଟ୍ଙ୍କ ସବିଶେଷ ବ୍ୟାଙ୍କ ତଥ୍ୟ ବ୍ୟବହାର କରି ଡାମିଅନ୍ ଟଙ୍କା ଉଠାଇବା ସହ ଶପିଂ କରୁଥିଲେ। ମୃତ ୱେନରାଇଟ୍ଙ୍କ ପେନ୍ସନ୍ ଟଙ୍କାରେ ସେ ଏପରି କରୁଥିଲେ। ତେବେ ଠକେଇ ଅଭିଯୋଗକୁ ଡାମିଅନ୍ ଖଣ୍ଡନ କରିଛନ୍ତି। କେଉଁ କାରଣ ପାଇଁ ୱେନରାଇଟ୍ଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସନ୍ଦେହ କରାଯାଉଛି ଯେ, ୱେନରାଇଟ୍ ଓ ଡାମିଅନ୍ ଉଭୟ ମିଶିକି ଫ୍ଲାଟ୍ରେ ରହୁଥିବା ବେଳେ ଏହି ଅପରାଧ ଘଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1683174228.jpg)