Advertisment

ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ଖୋଲିଦେଲା ଟ୍ରାଫିକ୍ ଫୋଷ୍ଟ କ୍ୟାମେରା; ତା’ପରେ…

ଟ୍ରାଫିକ୍ ଫୋଷ୍ଟ କ୍ୟାମେରା ଜଣେ ବିବାହିତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ଦ୍ୱାରା ବିବାହିତ ପୁରୁଷମାନଙ୍କର ଚୋରା ପୀରତିର ରହସ୍ୟ ମଧ୍ୟ ଖୋଲିଯାଉଛି। ଆସନ୍ତୁ ପୂରା ଖବର ଉପରେ ନଜର ପକେଇବା।

ଅଦ୍ୟତନ ହୋଇଛି
Man Faces Trouble As Wife Gets Road Safety Camera Pics Of Him With Woman

Man Faces Trouble As Wife Gets Road Safety Camera Pics Of Him With Woman

Advertisment

କେରଳ ରାସ୍ତାରେ ଲଗାଯାଇଥିବା ବିବାଦୀୟ ସଡକ ସୁରକ୍ଷା କ୍ୟାମେରା କେବଳ ରାଜ୍ୟ ସରକାରଙ୍କ ପାଇଁ ନୁହେଁ ବରଂ ଜଣେ ବ୍ୟକ୍ତିଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ଦ୍ୱାରା ବିବାହିତ ପୁରୁଷମାନଙ୍କର ଚୋରା ପୀରତିର ରହସ୍ୟ ମଧ୍ୟ ଖୋଲିଯାଉଛି। କେରଳର ଜଣେ ମହିଳା ଏହି କ୍ୟାମେରା ସାହାଯ୍ୟରେ ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ଧରିଛନ୍ତି ଆଉ ତାଙ୍କ ସ୍ୱାମୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛନ୍ତି!

Advertisment

ଏପ୍ରିଲ୍ ୨୫ରେ, ଇଡୁକିର ଜଣେ ବ୍ୟକ୍ତି ହେଲ୍‌ମେଟ୍‌ ନ ପିନ୍ଧି ରାସ୍ତାରେ ତାଙ୍କ ମହିଳା ବନ୍ଧୁଙ୍କ ସହ ସ୍କୁଟର୍‌ରେ ଯାଉଥିଲେ। ଏହି ସମୟରେ ସେହି ମହିଳା ବନ୍ଧୁଙ୍କ ଫଟୋ ସେଠାରେ ରାସ୍ତା କଡ଼ରେ ଥିବା ଟ୍ରାଫି୍‌କ ପୋଲିସର ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଏହା ପରେ ପୋଲିସ ସ୍କୁଟର ଚାଳକ ଏବଂ ପଛରେ ବସିଥିବା ମହିଳାଙ୍କୁ ଏକ ଚାଲାଣ କାଟି ତାଙ୍କ ଘର ଠିକଣାକୁ ପଠାଇଥିଲା।

ଯେହେତୁ ସ୍କୁଟରଟି ସେହି ବ୍ୟକ୍ତିଙ୍କ ପତ୍ନୀଙ୍କ ନାମରେ ପଞ୍ଜୀକୃତ ହୋଇଥିଲା ଏବଂ ସେ ଏହାର ମାଲିକାଣୀ ଥିଲେ, ତେଣୁ ସ୍ୱାମୀଙ୍କ ଦ୍ୱାରା କରାଯାଇଥିବା ଉଲ୍ଲଂଘନ ଏବଂ ଜରିମାନା ସମ୍ପର୍କରେ ସବିଶେଷ ତଥ୍ୟ ତାଙ୍କ ମୋବାଇଲ୍ ଫୋନରେ ବାର୍ତ୍ତା ଭାବରେ ପଠାଯାଇଥିଲା। ଏହା ସହିତ ସ୍କୁଟର ଏବଂ ପଛରେ ବସିଥିବା ମହିଳାଙ୍କ ଫଟୋ ମଧ୍ୟ ଥିଲା।

Advertisment

ଚାଲାଣ ଏବଂ ଫଟୋ ସେହି ମହିଳାଙ୍କ ଘରେ ଏବଂ ମୋବାଇଲରେ ପହଞ୍ଚିବା ପରେ ଘରେ ଝଡ ସୃଷ୍ଟି ହୋଇଥିଲା। ବାର୍ତ୍ତା ପାଇବା ପରେ ପତ୍ନୀ ପଛରେ ବସିଥିବା ମହିଳାଙ୍କ ବିଷୟରେ ତାଙ୍କ ସ୍ୱାମୀଙ୍କୁ ପ୍ରଶ୍ନ କରିଥିଲେ। ୩୨ ବର୍ଷର ଏହି ବ୍ୟକ୍ତି ତାଙ୍କ ସ୍ପଷ୍ଟୀକରଣରେ ଦାବି କରିଛନ୍ତି ଯେ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ରାସ୍ତାରେ ଯିବାବେଳେ ସେହି ମହିଳା ଜଣକ ତାଙ୍କଠାରୁ ଲିଫ୍ଟ ମାଗି ସ୍କୁଟରରେ ବସିଥିଲେ। କିନ୍ତୁ, ପତ୍ନୀ ତାଙ୍କ ସ୍ୱାମୀଙ୍କ ଯୁକ୍ତିକୁ ବିଶ୍ୱାସ କରି ନଥିଲେ ଏବଂ ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ମାମଲା ଗୁରୁତର ହୋଇଗଲା।

Advertisment

ପତ୍ନୀ କରମନା ପୋଲିସ ନିକଟରେ ୫ ମେ’ରେ ଅଭିଯୋଗ କରିଥିଲେ ଯେ ସ୍ୱାମୀ ତାଙ୍କୁ ଏବଂ ତାଙ୍କର ତିନି ବର୍ଷର ପିଲାକୁ ମାର୍‌ପିଟ୍ କରିଥିଲେ। ପତ୍ନୀଙ୍କ ବୟାନକୁ ଆଧାର କରି ସ୍ୱାମୀଙ୍କୁ ଗିରଫ କରାଯାଇଛି।

ଆଇପିସିର ଧାରା ୩୨୧(ସ୍ୱେଚ୍ଛାକୃତ ଭାବେ ଆଘାତ), ୩୪୧ (ଭୁଲ ପ୍ରତିବନ୍ଧକ) ଏବଂ ୨୯୪ (ଅଶ୍ଳୀଳ କାର୍ଯ୍ୟ) ଏବଂ ନାବାଳିକା ଜଷ୍ଟିସ୍‌ ଆକ୍ଟର ଧାରା ୭୫ (ଶିଶୁ ଉପରେ ଆକ୍ରମଣ ବା ଅବହେଳା) ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।

ଉଲ୍ଲେଖନୀୟ କଥା ହେଉଛି, କେରଳ ସଡକ ସୁରକ୍ଷା ପ୍ରକଳ୍ପ 'ସୁରକ୍ଷିତ କେରଳ' ଅଧୀନରେ ରାଜ ରାସ୍ତାରେ କ୍ୟାମେରା ଲଗାଯାଇଥିଲା ଯେଉଁଥିରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବିବାଦ ଉପୁଜିଥିଲା। ବିରୋଧୀ କଂଗ୍ରେସ୍ ଏହାକୁ ନେଇ ଏଲ୍‌ଡିଏଫ୍ ସରକାର ଉପରେ ଭ୍ରଷ୍ଟାଚାର ଭଳି ଗୁରୁତର ଅଭିଯୋଗ ଆଣିଛି।

CCTV Extra Marital Affair Kerala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ