Man Dies By Suicide: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯାତନା

ମୋ ମରଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ଦେବନି । କୋର୍ଟ ବାହାର ନାଳରେ ଭସାଇଦେବ ମୋ ଅସ୍ଥି । ଜୀବନ ହାରିବା ପୂର୍ବରୁ ବେଙ୍ଗାଳୁରୁର AI ଇଞ୍ଜିନିୟର ୩୮ ବର୍ଷୀୟ ଅତୁଲ ସୁଭାଷ ଛାଡିଯାଇଛନ୍ତି ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ।

Man Dies By Suicide

୨ ବର୍ଷରେ କୋର୍ଟଙ୍କ ୧୨୦ଟି ଡେଟ୍ ଏବଂ ପତ୍ନୀଙ୍କ ଏକାଥରକେ ୩ କୋଟି ଟଙ୍କା ସେଟେଲମେଣ୍ଟ ଦାବି । ଏହାପରେ ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଦେଲେ ବେଙ୍ଗାଳୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ । ଆସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ଦାବି କରୁଥିଲେ ୩ କୋଟି ଟଙ୍କା । ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ । ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ମୃତ୍ୟୁ ପୂର୍ବରୁ ଅତୁଲଙ୍କ ଭିଡିଓ ବାର୍ତ୍ତା ଯିଏ ଶୁଣୁଛି ଆଖିରୁ ଲୁହ ଝରି ଆସୁଛି ।

ମୋ ମରଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ଦେବନି । କୋର୍ଟ ବାହାର ନାଳରେ ଭସାଇଦେବ ମୋ ଅସ୍ଥି । ଜୀବନ ହାରିବା ପୂର୍ବରୁ ବେଙ୍ଗାଳୁରୁର AI ଇଞ୍ଜିନିୟର ୩୮ ବର୍ଷୀୟ ଅତୁଲ ସୁଭାଷ ଛାଡିଯାଇଛନ୍ତି ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ । ଯାହାର ପ୍ରତିଟି ଲାଇନ୍ କନ୍ଦାଇଦେବ । ଦେଢ ଘଣ୍ଟାର ଭିଡିଓ ମେସେଜ୍, ଯାହାକୁ ଶୁଣିଲେ କୋହରେ ଛାତି ଫାଟିପଡିବ ।

ପତ୍ନୀଙ୍କ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ଏବଂ କୋର୍ଟଙ୍କ ତାରିଖ ପରେ ତାରିଖ, ମାନସିକ ଚାପ ଶେଷ ସୀମା ଡେଇଁବା ପରେ ଜୀବନ ହାରିବା ଛଡା ଅତୁଲଙ୍କ ପାଖରେ ବୋଧହୁଏ ଆଉ କିଛି ବାଟ ନଥିଲା । ବିବାହ ବେଳେ ଯେଉଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇ ରହିବାକୁ ପତ୍ନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ବିବାହ ପରେ ସେହି ଅଗ୍ନିରେ ଜଳୁଥିଲେ ଅତୁଲ । ନିର୍ଯାତନା କେଉଁ ସ୍ତରରେ ପହଁଚିଥିଲା ତାର ଆକଳନ ଏହି ଭିଡିଓରୁ ସ୍ପଷ୍ଟ ।

ଅଧିକ ପଢନ୍ତୁ: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ

ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ କରି ଅତୁଲ ଜଣାଇଛନ୍ତି ତାଙ୍କର ଶେଷ ଇଛା । ବର୍ତ୍ତମାନ ପତ୍ନୀଙ୍କ ପାଖରେ ଥିବା ଛୁଆକୁ ତାଙ୍କ ପରିବାରକୁ ଫେରାଇ ଦେବାକୁ ଅନୁରୋଧ କରିଛନ୍ତି ଅତୁଲ । ପୁଣି ମିଥ୍ୟା କେସରେ ଫସାଇବା ଭୟରେ ପବ୍ଲିକ ପ୍ଲେସରେ ଏବଂ କ୍ୟାମେରା ବିନା ପତ୍ନୀଙ୍କୁ ନଭେଟିବାକୁ ବାପା-ମାଆଙ୍କୁ ନିବେଦନ କରିଛନ୍ତି । ମୃତ୍ୟୁ ପରେ ତାଙ୍କ ମରଶରୀର ପାଖକୁ ପତ୍ନୀ କିମ୍ବା ତାଙ୍କ ପରିବାର ନଆସିବାକୁ କହିବା ସହ ତାଙ୍କୁ ନିର୍ଯାତନା ଦେଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ଦଣ୍ଡ ନମିଳିବା ଯାଏ ଅସ୍ଥି ବିସର୍ଜନ ନକରିବାକୁ କହିଛନ୍ତି ।

ଏପରିକି ଦୋଷୀଙ୍କୁ ଦଣ୍ଡ ନମିଳିଲେ ତାଙ୍କ ଅସ୍ଥି କୋର୍ଟ ବାହାର ନାଳରେ ବିସର୍ଜନ କରିଦେବାକୁ କହିଛନ୍ତି ଅତୁଲ । ୨୦୧୯ । ଉତ୍ତର ପ୍ରଦେଶର ନିକିତାଙ୍କ ସହ ବେଙ୍ଗାଲୁରୁର ଅତୁଲଙ୍କ ବିବାହ ହୋଇଥିଲା । କିଛି ଦିନ ସାଂସାରିକ ଜୀବନ ଠିକଠାକ୍ ଚାଲିଥିଲା । ହେଲେ ହଠାତ୍ ଶ୍ୱଶୁର ଘର ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ଓ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ନିକିତା ।

୨ ବର୍ଷରେ କୋର୍ଟଙ୍କ ପକ୍ଷରୁ ୧୨୦ଟି ତାରିଖ ପଡ଼ିଥିବା ବେଳେ ୪୦ ଥର ବେଙ୍ଗାଳୁରୁରୁ ୟୁପି ଯାଇ ହାଜର ହୋଇଥିଲେ ଅତୁଲ । ପରିବାର ଓ ଅତୁଲଙ୍କ ନାଁରେ ତଳ କୋର୍ଟରେ ୬ଟି ଏବଂ ହାଇକୋର୍ଟରେ ରୁଜୁ ହୋଇଥିଲା ୩ଟି ମାମଲା । ନିକିତାଙ୍କୁ ମାସିକ ୪୦ ହଜାର ଟଙ୍କା ଭରଣପୋଷଣ ଦେଉଥିଲେ ଅତୁଲ । ତେବେ ମାସିକ ୨ ଲକ୍ଷ ଟଙ୍କା ଦାବି କରୁଥିଲେ ପତ୍ନୀ । ଆସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ନିକିତା ଏକାଥରକେ ସେଟେଲମେଣ୍ଟ ପାଇଁ ଦାବି କରୁଥିଲେ ୩ କୋଟି ଟଙ୍କା ।

ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ । ଏପରିକି ମୃତ୍ୟୁ ପୂର୍ବର ଭିଡିଓରେ ମାମଲା ରଫାଦଫା ପାଇଁ ପରିବାର କୋର୍ଟ ବିଚାରପତି ରିତା କୌଶିକଙ୍କ ବିରୋଧରେ ୫ ଲକ୍ଷ ଟଙ୍କା ଲାଂଚ ମାଗିଥିବା ଅଭିଯୋଗ ଆଣିଛନ୍ତି ଅତୁଲ । ବର୍ତ୍ତମାନ ଆଇନରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ମହିଳା ନିର୍ଯାତନାକାରୀଙ୍କୁ କଡା ଦଣ୍ଡର ବ୍ୟବସ୍ଥା ହେଉଛି । ହେଲେ ସେହି ଆଇନର ଯେତେବେଳେ ଦୁରୁପଯୋଗ କରାଯାଉଛି ତାକୁ ଜଗିବ କିଏ । ସେହିପରି କୋର୍ଟରେ ଲମ୍ବା ସମୟ ଧରି ଚାଲୁଥିବା ମାମଲା ଉପରେ ବି ପ୍ରଶ୍ନ ଉଠାଇଛି ଅତୁଲଙ୍କ ଆତ୍ମହତ୍ୟା ।

ଅଧିକ ପଢନ୍ତୁ: ବିଷ ଦେଇ ୧୨ ଜଣଙ୍କୁ ମାରିଥିବା ଜଣେ ବାବାର କାହାଣୀ