Advertisment

ଜନ୍ମଦିନରେ ଦୁବାଇ ବୁଲେଇ ନେଲେନି, ପିଟି ପିଟି ସ୍ୱାମୀଙ୍କୁ ମାରିଦେଲା ପିଶାଚୀ ସ୍ତ୍ରୀ

ଉପହାର ନମିଳିବାରୁ ସ୍ୱାମୀଙ୍କୁ ନାକକୁ ଏକ ଶକ୍ତ ମୁଥ ମାରିଲା ସ୍ତ୍ରୀ, ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଲେ ପୀଡ଼ିତ..ଆଉ ତା’ପରେ

ଅଦ୍ୟତନ ହୋଇଛି
murder

murder

Advertisment

ମହାରାଷ୍ଟ୍ରର ପୁଣେରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୬ ବର୍ଷିୟ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ନାକରେ ମୁଥ ମାରି ଜୀବନ ନେଇଯାଇଛନ୍ତି । ହେଲେ ହତ୍ୟା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଜନ୍ମଦିନ ପାଳନ କରିବାକୁ ସ୍ୱାମୀ ତାଙ୍କ ସ୍ତ୍ରୀକୁ ଦୁବାଇ ନେବାକୁ ମନା କରିଦେବାରୁ ଏଭଳି କାଣ୍ଡ ଘଟାଇଛି ଅଭିଯୁକ୍ତ ସ୍ତ୍ରୀ । ଶୁକ୍ରବାର ଦିନ ପୁଣେର ୱାନବଡ ଅଞ୍ଚଳରେ ଥିବା ଏକ ସ୍ମାର୍ଟ ରେସିଡେନ୍‌ସିଆଲ ଆପାର୍ଟମେଣ୍ଟରେ ସୋସାଇ‌ଟିରେ ଏହି ଘଟଣା ଘଟିଛି ।

Advertisment

ମୃତକ ହେଲେ ନିର୍ମାଣ ଶିଳ୍ପ ବ୍ୟବସାୟ କରୁଥିବା ୩୬ ବର୍ଷିୟ ନିଖିଳ ଖାନ୍ନା । ୬ ବର୍ଷ ପୂର୍ବେ ସେ ୩୮ ବର୍ଷୀୟ ସ୍ତ୍ରୀ ରେଣୁକାଙ୍କୁ ପ୍ରେମବିବାହ କରିଥିଲେ । ଜନ୍ମଦିନ ପାଳନ ପାଇଁ ସ୍ତ୍ରୀକୁ ଦୁବାଇ ନ ନେବା ଏବଂ ମୂଲ୍ୟବାନ ଉପହାର ଦେଉ ନଥିବା କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାସହ ସମ୍ପର୍କୀୟଙ୍କ ଜନ୍ମଦିନ ପାଳିବା ପାଇଁ ଦିଲ୍ଲୀ ଯିବାକୁ ଚାହୁଥିଲେ ରେଣୁକା । ହେଲେ ସେଥିପାଇଁ ବି ନିଖିଳ ମନା କରିଦେଇଥିଲେ । ଏଥିପାଇଁ ରେଣୁକା ସ୍ୱାମୀ ନିଖିଲଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ।

ଅନ୍ୟପଟେ ଏହି କାରଣରୁ ଝଗଡ଼ା ହେବାରୁ ରେଣୁକା ନିଖିଳଙ୍କ ମୁହଁକୁ ଏକ ଶକ୍ତ ମୁଥ ମାରିଥିଲେ। ସେ ଏତେ ଜୋରରେ ସ୍ୱାମୀଙ୍କୁ ମୁଥ ମାରିଥିଲେ ଯେ ନିଖିଳଙ୍କ ନାକ ଓ ଦାନ୍ତ ଭାଙ୍ଗିଯାଇଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ନିଖିଳ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ଏହି କାରଣରୁ ନିଖିଲଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପୋଷ୍ଟମୋଟର୍ମ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ।

Advertisment

ଏହାରି ମଧ୍ୟରେ ଧାରା ୩୦୨ ଅନୁସାରେମାମଲା ରୁଜୁ କରି ରେଣୁକାଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ କରୁଛି ପୋଲିସ ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ