Advertisment

ଧରାପଡ଼ିଲା ସ୍ୱାମୀ-୪୨୦: ଏକାଧିକ ଯୁବତୀଙ୍କୁ ବାହା ହୋଇ ଅଲଗା ଅଲଗା ରଖିଥିଲା

ପଦାରେ ପଡ଼ିଲା ରସିକିଆ ସ୍ୱାମୀର କଳା କାରନାମା। ଏକାଧିକ ଯୁବତୀଙ୍କୁ ବିବାହ କରି ଅଲଗା ଅଲଗା ରଖିଥିଲା। କେହି କାହା ବିଷୟରେ ଜାଣିନଥିଲେ। ଯେତେବେଳେ ଜାଣିଗଲେ, ସ୍ୱାମୀର ଅକଲ ଗୁଡ଼ୁମ।

Man Marrying 3 Women

Man Marrying 3 Women

Advertisment

ଭୁବନେଶ୍ୱର: ପୋଲିସ୍‌ କବ୍‌ଜାରେ ସ୍ୱାମୀ-୪୨୦। ମହଙ୍ଗା ପଡ଼ିଲା ଏକାଧିକ ଝିଅଙ୍କୁ  ବିବାହ କରି ବିଶ୍ୱାସଘାତ କରିବା। ଥାନା ଭିତରେ ଅଟକ ସ୍ୱୀମୀଙ୍କ କଲାର ଧରି ଟଣାଓଟରା କଲେ ୨ ପତ୍ନୀ। ବିଶ୍ୱାସଘାତ କରିବା ନେଇ ୨ ପତ୍ନୀ ଅଭିଯୋଗ କରିବା ପରେ ମଞ୍ଚେଶ୍ୱର ପୋଲିସ ସ୍ୱାମୀଙ୍କୁ ଆଣି ଅଟକ ରଖିଥିଲା। ତେବେ ଥାନା ଭିତରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା।

Advertisment

ସୂଚନା ଅନୁସାରେ, ଖୋର୍ଦ୍ଧାର ଆଲୋକ ଜେନା ୨୦୦୬ରେ ଜଣଙ୍କୁ ବିବାହ କରିଥିଲେ। ହେଲେ ପ୍ରଥମ ପତ୍ନୀଙ୍କ ଅଜାଣତରେ ୨୦୧୭ରେ ପୁଣି ଆଉ ଜଣଙ୍କୁ ବିବାହ କରିଥିଲେ ଆଲୋକ। ସେହିପରି ଦ୍ୱିତୀୟ ପତ୍ନୀଙ୍କ ଅଗୋଚରରେ ପୁଣି ଆଉ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିବା ଜଣାପଡ଼ିଥିଲା। ତେବେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଏକାଠି ହୋଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ରସିକିଆ ସ୍ୱାମୀର କଳା କାରନାମା ପଦାରେ ପଡ଼ିଥିଲା। 

ଘଟଣାକୁ ନେଇ ଅଭିଯୁକ୍ତ ସ୍ୱାମୀ କହିଛନ୍ତି, ‘ମୋର ଗୋଟିଏ ସ୍ତ୍ରୀ। ଏଇଟା ହିଁ ସତ। ଯେଉଁ ମହିଳା ଅଭିଯୋଗ ଆଣିଛନ୍ତି, ତାଙ୍କୁ ମୁଁ ଜାଣିଛି। ସେ ମୋ ଅଟୋରେ ଯା’ଆସ କରନ୍ତି, ତେଣୁ ତାଙ୍କୁ ମୁଁ ଜାଣିଛି। ହେଲେ ସେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ସେସବୁ ମିଥ୍ୟା। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି।’

Advertisment

ଅଭିଯୋଗ ଆଣିଥିବା ଜଣେ ମହିଳା କହିଛନ୍ତି, ‘ଖୋଜି ଖୋଜି ସାଲିଆ ସାହିରୁ ମୁଁ ତାଙ୍କୁ ପାଇଲି। ଜଣେ ସ୍ତ୍ରୀ ଲୋକ ପାଖରେ ସେ ରହିଥିଲେ। ରାତିରେ ସେଠାକୁ ଯାଇ ମୁଁ ଘର ସିଜ୍‌ କରିଥିଲି। ତା’ପରଦିନ ଏନେଇ ମହିଳା ଥାନାରେ ଏତଲା ଦେଇଥିଲି। ତାକୁ ଛାଡ଼ି ଏବେ ସେ ଆଉ ଜଣେ ସ୍ତ୍ରୀ ଲୋକ ସହ ରହୁଛି। ଟଙ୍କା ଲୋଭରେ ସେ ସବୁ ଝିଅଙ୍କୁ ନିଜର କରିବାକୁ ଚାହୁଁଛି।’

ସେହିପରି ଆଉ ଜଣେ ମହିଳା ଅଭିଯୋଗ ଆଣି କହିଛନ୍ତି, ‘୫ ବର୍ଷ ହେଲା ସେ ମୋ ପାଖରେ ରହୁଥିଲା। ଦେଢ଼ ମାସ ହେଲା ମୋତେ ଛାଡ଼ିକି ଆଉ ଜଣେ ମହିଳାଙ୍କ ସହ ରହୁଛନ୍ତି। ସେ ଭଉଣୀ ଘରେ ରହୁଥିବା ଜାଣିବାକୁ ପାଇବା ପରେ ସେଠାରେ ଯାଇ ପହଞ୍ଚି ଥିଲି। ସେଠାରେ ମୋତେ ସମସ୍ତେ ଗାଳିଗୁଲଜ କରିଥିଲେ।’

Advertisment
Extra Marital Affair Betrayal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ