ନିଜ ହାତରେ ଘର ଉଜାଡ଼ିଦେଲା : ପୁଅ ଓ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଭଦ୍ରକ ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆରେ ମାଆ ପୁଅଙ୍କୁ ହତ୍ୟା ଅଭିଯୋଗ । ଭଡ଼ା ଘରୁ ମାଆ ଓ ୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର ହୋଇଛି।

crime

ଘରୋଇ କଳହର କରୁଣ ପରିସ୍ଥିତି । ମଦ୍ୟପ ସ୍ୱାମୀ ଉନ୍ମତ୍ତ କାଣ୍ଡ ଘଟାଇଛି । ପୁଅ ଓ ସ୍ତ୍ରୀକୁ ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା କୁଶଗଡିଆ ଗାଁରେ ।

ଏଠାରେ ବନ୍ତ ଅଂଚଳ ଦୋଳପଦୀ ଗାଁର ଉମେଶ ନାୟକ କୁଶଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ୩ବର୍ଷ ଧରି ରହୁଥିଲେ । ତେବେ ବିଭିନ୍ନ ସମୟରେ ଉମେଶ ମଦ୍ୟପାନ କରି ନିଜ ସ୍ତ୍ରୀକୁ ମାଡ଼ ମାରନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଘରେ କଳିଝଗଡ଼ା ହେଉଥିଲା ।

ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଉମେଶ ନିଜ ସ୍ତ୍ରୀ କାଞ୍ଚନ ଓ ୫ ବର୍ଷର ପୁଅ ଉତ୍କଳ ଶୋଇଥିବା ବେଳେ ଉମେଶ ତାଙ୍କ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇ ଯାଇଥିଲା । ତା’ପରେ ଗାଁ ପାଖ ଏକ ଗଛ ଉପରେ ଚଢ଼ି ଲୁଚିଥିଲା । ତେବେ ଏହି ଖବର ସକାଳୁ ଜଣା ପଡିବା ପରେ ଗାଁଲୋକେ ପୋଲିସକୁ ଖବର ଦେବା ସହିତ ଫେରାର ଉମେଶକୁ ଖୋଜିଥିଲେ ।

ପରେ ଗଛ ଉପରେ ଚଢ଼ି ଲୁଚିଥିବା ଉମେଶକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ସେପଟେ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।