Advertisment

ମୃତଦେହରୁ ତାଡ଼ି ନେଇଗଲେ କିଡନୀ, ଆଖି !

ମୃତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ଏଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ଆସି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଆସିଛି ।

Man dead body found with kidney and eyes missing

Man dead body found with kidney and eyes missing

Advertisment

ମୃତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ଏଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ଆସି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଆସିଛି । ମୃତକ ଜଣକ ହେଲେ କେଳୁଚରଣ ରାଉତରାୟ । ତାଙ୍କ ଘର ୟୁନିଟ୍-୧ ଅଞ୍ଚଳରେ । କେଳୁଚରଣଙ୍କ ଭାଇଙ୍କ ଅଭିଯୋଗ, ଗତ ଶୁକ୍ରବାର ଠାରୁ କେଳୁଚରଣ ନିଖୋଜ ଥିଲେ ।

Advertisment

ଗତକାଲି ତାଙ୍କର ମୃତଦେହ ଓଲଟପୁର ନିକଟରୁ ମିଳିଛି । ଏକ ବିଲରୁ କେଳୁଚରଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଶରୀରରୁ ଆଖି ଏବଂ କିଡନୀ କାଢ଼ି ନିଆଯାଇଥିବା କେଳୁଚରଣଙ୍କ ଭାଇ ଅଭିଯୋଗ କରିଛନ୍ତି । ଏନେଇ ସେ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି ।

ଶେଷଥର ପାଇଁ ବାନ୍ତି ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଯିବାବେଳେ କେଳୁଚରଣଙ୍କୁ କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଥିବା ତାଙ୍କ ଭାଇ କହିଛନ୍ତି । କିନ୍ତୁ ହସ୍ପିଟାଲ ରେଜିଷ୍ଟରରେ କେଳୁଚରଣଙ୍କ ନାଁ ନଥିବା ତାଙ୍କ ଭାଇ କହିଛନ୍ତି । 

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ