Advertisment

ମୃତଦେହ ଫିଙ୍ଗବା ପାଇଁ କ୍ୟାବ୍‌ ବୁକ୍‌ କରିଥିଲେ, ହେଲେ ସବୁକିଛି ଓଲଟପାଲଟ କରିଦେଲେ ଡ୍ରାଇଭର...

ମୃତଦେହ ଫିଙ୍ଗିବା ପାଇଁ ଓଲା କ୍ୟାବ୍‌ ବୁକିଂ। ହେଲେ କ୍ୟାବ୍‌ ଡ୍ରାଇଭର ଏସବୁ ଜାଣିବା ପରେ ସବୁକିଛି ପ୍ଲାନ୍‌ ଫେଲ୍‌ ହୋଇଥିଲା ଓ ଶେଷରେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ ଅଭିଯୁକ୍ତ।

ଅଦ୍ୟତନ ହୋଇଛି
Man Books ola cab to dumb body but Driver foiled plan

Man Books ola cab to dumb body but Driver foiled plan

Advertisment

ହତ୍ୟା ପରେ ଜବରଦସ୍ତ ପ୍ଲାନ୍‌। ମୃତଦେହ ଫିଙ୍ଗିବା ପାଇଁ ଓଲା କ୍ୟାବ୍‌ ବୁକିଂ। ହେଲେ କ୍ୟାବ୍‌ ଡ୍ରାଇଭର ଏସବୁ ଜାଣିବା ପରେ ସବୁକିଛି ପ୍ଲାନ୍‌ ଫେଲ୍‌ ହୋଇଥିଲା ଓ ଶେଷରେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ ଅଭିଯୁକ୍ତ। ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି। ମୃତଦେହ ଫିଙ୍ଗିବା ପାଇଁ ଅଭିଯୁକ୍ତମାନେ ନୋଏଡାରୁ ଏକ କ୍ୟାବ୍‌ ବୁକ୍‌ କରିଥିଲେ। ହେଲେ ଅଖାବସ୍ତାରୁ ରକ୍ତ ବାହାରୁଥିବା ଦେଖି କ୍ୟାବ୍‌ ଡ୍ରାଇଭର ପୋଲିସ୍‌କୁ ଜଣାଇଥିଲେ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କୁସୁମ କୁମାରୀ ନାମକ ଜଣେ ମହିଳାଙ୍କୁ ତାଙ୍କର ୨ ଜଣ ସମ୍ପର୍କୀୟ ହତ୍ୟା କରିଥିଲେ। ୪୦ କୋଟି ଟଙ୍କାର ସମ୍ପତ୍ତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିଲା। କୁସୁମଙ୍କୁ ହତ୍ୟା ପରେ ତାଙ୍କର ଭିଣୋଇ ଓ ଜଣେ ସମ୍ପର୍କୀୟ ଜୁଲାଇ ୧୧ରେ ମୃତଦେହ ଫିଙ୍ଗିବା ପାଇଁ ନୋଏଡାରୁ ଉତ୍ତରପ୍ରଦେଶର ମହାରାଜପୁର ଯିବା ପାଇଁ କ୍ୟାବ୍‌ ବୁକ୍‌ କରିଥିଲେ।

ହେଲେ କ୍ୟାବ୍‌ ଡ୍ରାଇଭରଙ୍କ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। କାରଣ ଅଖା ବସ୍ତା କ୍ୟାବ୍‌ରେ ଭର୍ତ୍ତି କରିବାବେଳେ ରକ୍ତ ବାହାରୁଥିବା ଦେଖି ଡ୍ରାଇଭରଙ୍କ ସନ୍ଦେହ ହୋଇଥିଲା।ଏହାପରେ ଯେତେବେଳେ ଡ୍ରାଇଭର ସେମାନଙ୍କୁ ନେବା ପାଇଁ ମନା କରିଦେଲେ ଅଭିଯୁକ୍ତମାନେ ତାଙ୍କୁ ପିଟିଥିଲେ। ତୁରନ୍ତ ଏନେଇ ଡ୍ରାଇଭର ପୋଲିସ୍‌କୁ ଘଟଣା ସମ୍ପର୍କରେ ଆଲର୍ଟ କରାଇଥିଲେ ଓ ଅଭିଯୁକ୍ତଙ୍କୁ ପୋଲିସ୍‌ ହାତରେ ଧରା ପକାଇଥିଲେ।

Advertisment

ପୋଲିସ୍‌ ତଦନ୍ତ ବେଳେ ଜଣାପଡ଼ିଥିଲା, କୁସୁମ ଓ ତାଙ୍କ ଭିଣୋଇ ସୌରଭ ନିକଟସ୍ଥ ଗାଁରୁ ନିଖୋଜ ହୋଇଯାଇଥିଲେ। ଏହାପରେ ସୌରଭ ଅନ୍ୟ ଜଣେ ସହଯୋଗୀଙ୍କୁ ଡାକି ଜୁଲାଇ ୧୧ରେ କୁସୁମଙ୍କ ହତ୍ୟା କରିଥିଲେ। ହେଲେ ତାଙ୍କର ସବୁ ପ୍ଲାନ୍‌ କ୍ୟାବ୍‌ ଡ୍ରାଇଭର ପଣ୍ଡ କରିଦେଇଥିଲେ। ଗତ ରବିବାର ଦିନ ପୋଲିସ୍‌ ଫତେହପୁରରୁ କୁସୁମଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି। 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ