Murder Attempt
ରଜ ପର୍ବରେ ଶାଶୁ ଓ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ସୋସୋ ଥାନା ବାଲିବରେଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ଏପରି ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ଘରୋଇ କଳହରୁ ଉତ୍ତେଜିତ ହୋଇ ନିଜ ସ୍ତ୍ରୀ ସହ ଶାଶୁଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ସମ୍ପୃକ୍ତ ବ୍ୟକ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ସେମାନେ କଟକରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଶୋଷ ଥାନା ବାଲିବରେଇ ପାତ୍ରସାହିର ହରେକୃଷ୍ଣ ନାୟକଙ୍କର ପତ୍ନୀଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ଏହାପରେ ହରେକୃଷ୍ଣ ଉତ୍ୟକ୍ତ ହୋଇ ସ୍ତ୍ରୀ ଓ ଶାଶୁଙ୍କୁ ଏକ ଧାରୁଆ କତାରେ ହାଣି ଦେବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୁ ଶ୍ରୀମକି ପାତ୍ର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us