Advertisment

ସାନିଟାଇଜର ଢାଳି ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲା ପିଶାଚ ସ୍ୱାମୀ

ପତ୍ନୀଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ସ୍ୱାମୀ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ମାରିବା ପାଇଁ ଉଦ୍ୟମ କରିଥିଲେ।

Man Attempt To Murder His Wife In Berhampur

Man Attempt To Murder His Wife In Berhampur

Advertisment

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ଭାବେ ବାଛିଥିଲେ, ହେଲେ ଗୋଟିଏ ଜନ୍ମରେ ପତ୍ନୀଙ୍କ ସହ ରହିପାରିଲେନି। ଶେଷରେ ପିଶାଚ ସାଜି ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ।ପତ୍ନୀଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ସ୍ୱାମୀ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି। ସମ୍ପୃକ୍ତ ବ୍ୟକ୍ତି ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁ ମାଝୀ ସାହିର ସଞ୍ଜୟ ପ୍ରଧାନ ବୋଲି ଜଣାପଡ଼ିଛି।

Advertisment

ଅଭିଯୋଗ ଅନୁସାରେ, ସଞ୍ଜୟ ପତ୍ନୀ ରୀତାଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ନିଆଁରେ ପୋଡ଼ି ଗୁରୁତର ହେବା ପରେ ରୀତା ନିଜ ଦେହରେ ପାଣି ଢାଳି ଦେଇଥିଲେ। ଏହାପରେ ସେହି ଗାଁରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଯୌତୁକ ମାମଲାକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। 

ସୂଚନା ଅନୁସାରେ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାହା ପୁର ଗାଁର ରୀତା ପ୍ରଧାନଙ୍କୁ ମହୁଡା ଗାଁର ସଞ୍ଜୟ ପ୍ରଧାନ ୪ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ସମୟରେ ରୀତାଙ୍କ ବାପା ଯୌତୁକ ବାବଦକୁ ୧ଲକ୍ଷ ୭୦ ହଜାର ଟଙ୍କା ଦେଇଥିଲେ। ବହୁ ଦିନ ହେବ ଘର ତିଆରି ପାଇଁ ସଞ୍ଜୟ ୩ ଲକ୍ଷ ଟଙ୍କା ମାଗିଥିଲେ। ଏନେଇ ୨୦୧୯ ମସିହାରେ ରୀତାଙ୍କ ପରିବାର  ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଭାବେ ଜଣାଇଥିଲେ। ପୂର୍ବରୁ ମଧ୍ୟ ରୀତାଙ୍କ ପରିବାର ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ। 

Advertisment

ତେବେ ଗତକାଲି ସନ୍ଧ୍ୟା ସମୟରେ ରୀତା ଘର ଛାତ ଉପରେ ଥିବାବେଳେ ସଞ୍ଜୟ ତାଙ୍କୁ ଧକ୍କା ଦେଇ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ସେଥିରେ ବିଫଳ ହେବାରୁ ରୋଷେଇ ଘରେ ସାନିଟାଇଜର ଢାଳି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ରୀତାଙ୍କ ଶରୀର ପ୍ରାୟ ୩୦% ପୋଡ଼ିଯାଇଥିବା ଜଣାପଡ଼ିଛି। 

(ରିପୋର୍ଟ- ଜଗନ୍ନାଥ ସାହୁ, ବ୍ରହ୍ମପୁର)

Attempt To Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ