Advertisment

ମହଙ୍ଗା ପଡିଲା ନାଗକୁ ନିର୍ଯାତନା, ବନ୍ଧା ହେଲା ସାପଧରାଳୀ

ନେଲ କଟରରେ ସାପ ଦାନ୍ତ ଉପାଡୁଥିବା ଭିଡିଓ ହୋଇଥିଲା ଭାଇରାଲ

ଅଦ୍ୟତନ ହୋଇଛି
Special story

Special story

Advertisment

ମହଙ୍ଗା ପଡିଲା ନାଗକୁ ନିର୍ଯାତନା । ବନ୍ଧା ହେଲା ସାପଧରାଳୀ । ଗିରଫ ସାପଧରାଳୀ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୀରଳା ବିଶ୍ୱାଳ । ଗତକାଲି ବୀର ଏକ ନାଗ ସାପକୁ ଧରି ତାର ଦାନ୍ତକୁ ନେଲ କଟରରେ ଓପାଡି ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ।

Advertisment

ଗତକାଲି ବିଲମ୍ୱିତ ରାତିରେ ବୀରଳାଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ପୁଇଁନ୍ତଳାର ବିଭିନ୍ନ ଜାଗାରେ ଚଢଉ କରି ବୀରଳାକୁ ଗିରଫ କରିଛି ବନ ବିଭାଗ । ଗିରଫ ବୀରଳା ବିଶ୍ୱାଳଙ୍କୁ ପଚରା ଉଚରା କରାଯାଉଛି ।

ସେପଟେ ସାପର ମୁଣ୍ଡରେ କଣ୍ଟା ଲାଗି ଯାଇଥିବାରୁ ନେଲକଟରରେ କଣ୍ଟା କାଢୁଥିବା ନେଇ ସଫେଇ ଦେଇଛି ଗିରଫ ବୀରଳା ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଅଭିଯୁକ୍ତ ଅଭ୍ୟାସଗତ ଭାବେ ମଦ ପିଇ ସାପ ମାନଙ୍କୁ ଧରି ଏମିତି ନିର୍ଯାତନା ଦିଏ ବୋଲି ସୂଚନା ମିଳିଛି । ଏଥର କିନ୍ତୁ ବୀର ବିଶ୍ୱାଳର କାରନାମା କ୍ୟାମେରାରେ କଏଦ ହୋଇ ଭାଇରାଲ ହୋଇଥିଲା । ଆଉ ଶେଷରେ ବିଷଦାନ୍ତ ଭାଙ୍ଗି ଫଶିଗଲା ବୀର ।

Advertisment
Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ