Advertisment

ସ୍ୱାମୀ, ପୁଅକୁ ଛାଡ଼ି ଅନ୍ୟ ଜଣଙ୍କ ସହ ସ୍ତ୍ରୀ ଫେରାର, ରାଗରେ ପୁଅର ଜୀବନ ନେଇଗଲା ବାପା !

ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଅନ୍ୟ ଜଣେ ସହ ଫେରାର ହୋଇଯିବାରୁ ବ୍ୟକ୍ତି ଜଣକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Man allegedly kills 5 year old son in Rourkela

Man allegedly kills 5 year old son in Rourkela

Advertisment

ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଅନ୍ୟ ଜଣେ ସହ ଫେରାର ହୋଇଯିବାରୁ ବ୍ୟକ୍ତି ଜଣକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଶୀତଳପଡ଼ା ବସ୍ତିର ଜଣେ ବ୍ୟକ୍ତି ନିଜର ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଘର ଛାଡ଼ି ଅନ୍ୟ ଜଣେ ସହ ଫେରାର ହୋଇଯାଇଛନ୍ତି। ଯାହାକୁ ନେଇ ସେ ଟେନ୍‌ସନ୍‌ରେ ରହୁଥିଲେ। ଏହି କାରଣରୁ ସ୍ତ୍ରୀର ରାଗ ସେ ପୁଅ ଉପରେ ସାରିଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ପୁଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଜଣାପଡ଼ିଛି। 

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ