Advertisment

Man Killed Brother: କଟକରେ ହତ୍ୟାକାଣ୍ଡ, ମାରିଦେଲେ ଭାଇ-ଭାଉଜ-ପୁତୁରା

ଭାଇକୁ ହତ୍ୟା କଲା ଭାଇ । ପୈତୃକ ସମ୍ପତ୍ତି ହଡପ କରିବା ପାଇଁ ବଡଭାଇକୁ ମିଶି ମାରିଦେଲେ ଭାଇ, ଭାଉଜ ଓ ପୁତୁରା । କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ହତ୍ୟାକାଣ୍ଡ ।

ଅଦ୍ୟତନ ହୋଇଛି
Man Killed Brother

Man Killed Brother

Advertisment

ସମ୍ପତ୍ତି ପାଇଁ ଭାଇ ସାଜିଲା ବଇରୀ । ଭାଇ ରକ୍ତରେ ହୋଲି ଖେଳିଲା ସାନଭାଇ । କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୈତୃକ ସମ୍ପତ୍ତି ବିବାଦକୁ ନେଇ ଭାଇକୁ ହତ୍ୟା କରିଛନ୍ତି ଭାଇ, ଭାଉଜ ଓ ପୁତୁରା । ମୃତକ ହେଲେ ଅଶୋକ ବାରିକ । 

Advertisment

ଗତ ୨ ଦିନ ତଳେ ମାର୍କେଟ କମ୍ପ୍ଲେକ୍ସରୁ ଅଶୋକଙ୍କ ମୃତଦେହ ମିଳିଥିଲା । ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଦେଖାଯାଇଥିଲା । କମିଶନରେଟ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ହତ୍ୟାକାରୀ ଆଉ କେହି ନୁହନ୍ତି ନିଜ ରକ୍ତର ଭାଇ । ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମୃତକ ଅଶୋକ ବାରିକଙ୍କ ସାନ ଭାଇ ଉମେଶ ବାରିକ, ବଡ଼ ଭାଉଜ ସରସ୍ୱତୀ ସ୍ୱାଇଁ ଓ ପୁତୁରା ସ୍ୱୟଂପ୍ରଭୁ ଶ୍ରୀଚରଣ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । 

ଅଧିକ ପଢନ୍ତୁ: କଟକରେ ଚାଞ୍ଚଲ୍ୟ; ଯୁବକଙ୍କ ଗଳା କାଟି ବୀଭତ୍ସ ହତ୍ୟା

ଏଥିରେ ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ପୈତୃକ ସମ୍ପତ୍ତି ହଡପ କରିବା ଉଦ୍ୟମରେ ଅଭିଯୁକ୍ତମାନେ ଅଶୋକଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । 

Advertisment

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ ଘଟଣା । କେଉଁଠି ହତ୍ୟା, ଆକ୍ରମଣ ତ ଆଉ କେଉଁଠି ଧର୍ଷଣ । ବର୍ତ୍ତମାନ ସାରା ରାଜ୍ୟରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି । ଯେଉଁଠି ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିରେ ବସିଥିବାବେଳେ ୧୦ ଜଣ ଯୁବକ ଆସି ପୁରୁଷବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।

Murder Cuttack Property Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ