Advertisment

ରୁମ୍‌ ଭିତରେ ବନ୍ଦ କରି ସ୍ତ୍ରୀକୁ ପୋଡ଼ି ମାରିଦେଲା ସ୍ୱାମୀ !

ସ୍ତ୍ରୀକୁ ପୋଡ଼ି ମାରିଦେଲା ସ୍ୱାମୀ ! ସ୍ତ୍ରୀକୁ କିରୋସିନି ଢାଳି ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Newly Married Woman Found Dead

Man Burns Wife To Death

Advertisment

ସ୍ତ୍ରୀକୁ ପୋଡ଼ି ମାରିଦେଲା ସ୍ୱାମୀ ! ସ୍ତ୍ରୀକୁ କିରୋସିନି ଢାଳି ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହୁଲପାଲି ଥାନା ଅନ୍ତର୍ଗତ ଫଟାଟାଙ୍ଗର ଗାଁରେ ଏହି ଘଟଣା ଘଟିଛି। ପାରିବାରିକ କଳହରୁ ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଲିଲିମା ରଣା। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ରଘୁରାଜ ରଣା।

Advertisment

ସୂଚନା ଅନୁସାରେ, ସ୍ୱାମୀ-ସ୍ତ୍ରୀ ମହୁଲଫୁଲ ଗୋଟାଇ ଘରକୁ ଫେରିବା ପରେ ରଘୁରାଜ ମଦ୍ୟପାନ କରିଥିଲେ। ଏହାପରେ ସ୍ତ୍ରୀ ଲିଲିମାଙ୍କ ସହ ସେ ଗଣ୍ଡଗୋଳ କରିଥିଲେ। ଏଥିରେ ଅସହ୍ୟ ହୋଇ ଲିଲିମା ବାପ ଘରକୁ ଚାଲି ଯାଇଥିଲେ। ଲିଲିମାଙ୍କ ବାପା ଝିଅକୁ ବୁଝାଇଶୁଝାଇ ଶାଶୁ ଘରକୁ ପଠାଇ ଥିଲେ। 

ହେଲେ ରଘୁରାଜ ସ୍ତ୍ରୀକୁ ଗୋଟିଏ ରୁମ୍‌ ଭିତରେ ବନ୍ଦ କରି କିରୋସିନି ଢାଳି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଲିଲିମାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଘରର କବାଟ ଖୋଲି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ କୁଚିଣ୍ଡା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧନ ଅବସ୍ଥାରେ ତାଙ୍କର ମୃତ୍ୟୁବରଣ ହୋଇଥିଲା। ପାରିବାରିକ କଳହରୁ ରଘୁରାଜ, ଲିଲିମାଙ୍କୁ ହତ୍ୟା କରିଥିବା ନେଇ ମହୁଲପାଲି ଥାନାରେ ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି। 

Advertisment

ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସ୍‌ ପଚରାଉଚରା ଚଳାଇବା ସହ ଘଟଣାର ତଦନ୍ତ କରୁଛି। 

Man Burns Wife To Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ