Advertisment

Man Killed Father: ପିତୃହନ୍ତା ପୁଅ, ସାମାନ୍ୟ ବଚସାରୁ ପିଟି ପିଟି ମାରିଦେଲା...

ନୂଆପଡା ଜିଲ୍ଲା ବେଲଟୁକୁରି ଥାନା କୁରୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ନିଜ ବାପାକୁ ପିଟି ପିଟି ନିର୍ମମ ହତ୍ୟା କଲା ପୁଅ । ଅଭିଯୁକ୍ତ ପୁଅ ଗିରଫ ।

ଅଦ୍ୟତନ ହୋଇଛି
Man Killed Father

Man Killed Father

Advertisment

ଦିନକୁ ଦିନ ବଢିଚାଲିଛି ଅପରାଧ । କଥା କଥାକେ ଗଡୁଛି ମୁଣ୍ଡ । କେତେବେଳେ ବାପାକୁ ପୁଅ ହାଣିଲାଣି ତ ପୁଣି ଭାଇ ନେଲାଣି ଭାଇର ଜୀବନ । ପ୍ରତିଦିନ କେଉଁଠୁ ନା କେଉଁଠୁ ରକ୍ତାକ୍ତ ରକ୍ତ ସମ୍ପର୍କର ଏଭଳି ଘଟଣା ସାମ୍ନାକୁ ଆସୁଛି । ଏବେ ସେମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ବେଲଟୁକୁରି ଥାନା କୁରୁମୁଣ୍ଡା ଗାଁରେ । ସାମାନ୍ୟ ବଚସାରୁ ଜଣେ ପୁଅ ନିଜ ଜନ୍ମକଲା ବାପାକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି । ମୃତକ ହେଲେ ପବନ ସିଂ ।

Advertisment

ଅଧିକ ପଢନ୍ତୁ: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି...

ସୂଚନା ମୁତାବକ, ପବନ ସିଂ ବରିହା ଓ ପୁଅ ତୁଲାରାମ ବରିହା ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିଲେ l ସେଠି କୌଣସି କାରଣକୁ ନେଇ ବାପାପୁଅ ମଧ୍ୟରେ ଝଗଡା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ପୁଅ ତୁଳାରାମ ପାଖରେ ଥିବା ଏକ ଶାଗୁଆନ ଗଛ ଭାଙ୍ଗି ତା' ଡାଳରେ ନୃଶଂସ ଭାବେ ପିଟି ପିଟି ନିଜ ବାପାଙ୍କୁ ହତ୍ୟା କରିଥିଲା l 

ଖବର ପାଇ ବେଲଟୁକୁରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  l ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 

Advertisment
Murder Nuapada Man Kills Parents
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ