Man allegedly attacked & killed by miscreants
ବାହାଘର ପ୍ରୋସେସନରେ ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟି ପିଟି ହତ୍ୟା କଲେ ଡିଜେ ମାଲିକ। ବରଯାତ୍ରୀରେ ଯାଇଥିବା ଡିଜେ ଗାଡ଼ି ଲାଗି ଟେଣ୍ଟ କପଡ଼ା ଚିରିବାରୁ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଟେଣ୍ଟ ହାଉସ୍ ମାଲିକଙ୍କୁ ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଏରବଙ୍ଗ ଗାଁର ଲିପନ ପ୍ରଧାନ।
ସୂଚନା ଅନୁସାରେ, ଗତକାଲି ରାତିରେ ନିମାପଡ଼ାରୁ ଏକ ବାହାଘର ପ୍ରୋସେସନ ବାହାରି ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗାଁରେ ପହଞ୍ଚିଥିଲା। ସେଠାରେ କନ୍ୟାପକ୍ଷର ଟେଣ୍ଟ ହାଉସ୍ ମାଲିକଙ୍କ ସହ ପ୍ରୋସେସନରେ ଯାଇଥିବା ଡିଜେ ମାଲିକଙ୍କ ପାଟିତୁଣ୍ଡ ହୋଇଥିଲା। ଡିଜେ ଗାଡ଼ି ଲାଗି ଟେଣ୍ଟ କପଡ଼ା ଚିରିବାରୁ ଏହି ଗଣ୍ଡଗୋଳ ଘଟିଥିଲା। ଘଟଣାକୁ ନେଇ ଡିଜେ ମାଲିକ ଓ ତାଙ୍କର କିଛି କର୍ମଚାରୀ ଟେଣ୍ଟ ହାଉସ୍ ମାଲିକ ଲିପନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗୁରୁତର ଅବସ୍ଥାରେ ଲିପନଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଗୋପ ପୋଲିସ୍ ଡିଜେ ଗାଡି ଜବତ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବାଲିକନ୍ଦଳଠାରେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1650681522.jpg)