Advertisment

ରାଧେ ଘରୁ ମିଳିଲା ମୋବାଇଲ୍‌, ସ୍ତ୍ରୀ କହିଲା- ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ ଘରୁ କିଛି ସୁରାଗ ମିଳିଛି। ରାଧେର ସ୍ତ୍ରୀ ଆଶା ଚଣ୍ଡୀ ପୋଲିସ୍‌ ଏହି ସୁରାଗ ହସ୍ତାନ୍ତର କରିଛନ୍ତି। ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ରାଧେର ସ୍ତ୍ରୀ ପୋଲିସ୍‌କୁ ଦେଇଛନ୍ତି।

Radhe And His Wife Asha Chandi

Radhe And His Wife Asha Chandi

Advertisment

ଭୁବନେଶ୍ୱର: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ ଘରୁ କିଛି ସୁରାଗ ମିଳିଛି। ରାଧେର ସ୍ତ୍ରୀ ଆଶା ଚଣ୍ଡୀ ପୋଲିସ୍‌ ଏହି ସୁରାଗ ହସ୍ତାନ୍ତର କରିଛନ୍ତି। 

Advertisment

ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ରାଧେର ସ୍ତ୍ରୀ ପୋଲିସ୍‌କୁ ଦେଇଛନ୍ତି। ୩ ହଳ ମହିଳା ଡ୍ରେସ୍, ଗୋଟିଏ ମୋବାଇଲ, ମୋବାଇଲ ଚାର୍ଜର ଓ କିଛି ଔଷଧ ଏହି ବ୍ୟାଗ୍‌ରୁ ମିଳିଛି। ମୋବାଇଲ୍‌ଟି ମମିତାଙ୍କର ହୋଇଥିବା ସନ୍ଦେହ କରାଯାଉଛି। ହେଲେ ଏନେଇ କୌଣସି ସ୍ପଷ୍ଟ ଜଣାପଡ଼ି ନାହିଁ। ମୋବାଇଲଟି ମମିତାଙ୍କର ନା ଆଉ କାହାର ତାହା ଜଣାପଡ଼ି ନାହିଁ। 

ଅନ୍ୟପକ୍ଷେ, ରାଧେ ଗିରଫ ହେବା ପରେ ରାଧେର ସ୍ତ୍ରୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି। ସେ ନିର୍ଦ୍ଦୋଷ। ମୋ ସ୍ୱାମୀ ମାତ୍ର ୩ ମାସ ହେବ ଗୋବିନ୍ଦଙ୍କ ପାଖରେ କାମ କରୁଥିଲେ। 

Advertisment

ଅନ୍ୟପକ୍ଷେ, ଆଜି ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୋଲିସ୍ ଗୋବିନ୍ଦକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି। ଗୋବିନ୍ଦ କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରିବା ପରେ କିପରି ପୋଡ଼ି ଥିଲା ଓ ଏହାପରେ ପୋତି ଥିଲା ଏସବୁର ଡେମୋ ଦେଖାଇଛି। 

Mamita Meher Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ