Advertisment

ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, କିଏ ଏହି ୨ ବଙ୍ଗାଳି ଦାଦା ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। କିଏ ଏହି ଦୁଇ ଜଣ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କ’ଣ ସମ୍ପର୍କ ରହିଛି ?

ଅଦ୍ୟତନ ହୋଇଛି
Mamita Murder Case

Mamita Murder Case

Advertisment

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। ପୋଲିସ୍‌ ଏମାନଙ୍କୁ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ କରିଛି। 

Advertisment

ତେବେ କିଏ ଏହି ଦୁଇ ଜଣ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କ’ଣ ସମ୍ପର୍କ ରହିଛି ? ଏମାନଙ୍କ ପାଖରୁ କ’ଣ ତଥ୍ୟ ପାଇଛି ପୋଲିସ୍‌ ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ସେପଟେ ଅଭିଯୁକ୍ତ ଗୋବିନ୍ଦ ସାହୁ ୬ଟି ମୋବାଇଲ୍ ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି। ଅନ୍ୟ ଲୋକଙ୍କ ନାଁରେ ସିମ୍ ଆଣି ଗୋବିନ୍ଦ ଏହାକୁ ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି। ଯେଉଁମାନଙ୍କ ନାଁରେ ଗୋବିନ୍ଦ ସିମ୍ ଆଣିଛି, ସେମାନଙ୍କୁ ମଧ୍ୟ ପୋଲିସ୍‌ ପଚରାଉଚରା କରିଛି। 

Advertisment

ମମିତା ମେହେର ହତ୍ୟା ମାମଲାକୁ ନେଇ ଗତକାଲି ସନ୍ଧ୍ୟାରେ ଉତ୍ତରାଞ୍ଚଳ ଡିଆଇଜି ଏକ ପ୍ରେସ୍‌ମିଟ୍‌ କରିଥିଲେ। ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉତ୍ତରାଞ୍ଚଳ ଡିଆଇଜି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଥିଲେ। ତେଣୁ କେଉଁ କେଉଁଠୁ ପ୍ରମାଣ ପାଇଛି ପୋଲିସ ? ଗୋବିନ୍ଦ ବ୍ୟବହାର କରୁଥିବା ମୋବାଇଲ ସିମ୍‌ କାହା କାହା ନାଁରେ ଥିଲା ? କଲେଜ ହଷ୍ଟେଲର ରୁମ୍‌ ନମ୍ୱର ୨୦ ରୁ ଅଧିକ କିଛି ପ୍ରମାଣ ପାଇଛି କି ପୋଲିସ ? ବୟାନ ରେକର୍ଡ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ଏହି ବଙ୍ଗାଳି ବ୍ୟକ୍ତି ୨ ଜଣ କିଏ ? ଏମାନଙ୍କ ପାଖରୁ କେଉଁ ତଥ୍ୟ ପ୍ରମାଣ ପାଇଛି ପୋଲିସ ? ଏସବୁ କିଛି ସ୍ପଷ୍ଟ ହୋଇନାହିଁ। ପୋଲିସ୍ ତଦନ୍ତ ଜାରି ରଖିଛି। 

Govind Sahu Mamita Meher Mamita Murder Case Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ