Advertisment

ହତ୍ୟା ପରେ ମମିତାଙ୍କୁ କେମିତି ପୋଡ଼ିଲା ଓ ପୋତିଲା ? ଡେମୋ ଦେଖାଇଲା ଗୋବିନ୍ଦ

ମହାଲିଙ୍ଗ ଷ୍ଟାଡିୟମ୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ଆଜି ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୋଲିସ୍ ଗୋବିନ୍ଦକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି। ଷ୍ଟାଡିୟମ୍‌ରେ ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଗୋବିନ୍ଦ ଡେମୋ ଦେଖାଇଥିଲା।

ଅଦ୍ୟତନ ହୋଇଛି
Mamita Murder Case

Mamita Murder Case

Advertisment

ବଲାଙ୍ଗିର: ମହାଲିଙ୍ଗ ଷ୍ଟାଡିୟମ୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ଆଜି ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୋଲିସ୍ ଗୋବିନ୍ଦକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି। ଗୋବିନ୍ଦ କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରିବା ପରେ କେମିତି ପୋଡ଼ି ଥିଲା ଓ ଏହାପରେ ପୋତି ଥିଲା ଏସବୁର ଡେମୋ ଦେଖାଇଛି। 

Advertisment

ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଗୋବିନ୍ଦ ଷ୍ଟାଡିୟମ୍‌ରେ ଡେମୋ ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ଉପସ୍ଥିତ ଥିଲେ। ଏହି ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେକୁ ଗତକାଲି ପୋଲିସ୍‌ ଗିରଫ କରିଥିଲା। ଗିରଫ ପରେ ରାଧେକୁ ବଲାଙ୍ଗିର ପୋଲିସ କୋର୍ଟ ଚାଲାଣ କରିଥିଲା।

Advertisment

ଅନ୍ୟପକ୍ଷେ, ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏହାସହ ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ମଧ୍ୟ ଦାବି ହୋଇଛି। 

ସେପଟେ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ବିଜେପି ଭେଟିଛି। ଘଟଣାରେ କମିଶନଙ୍କ ହସ୍ତକ୍ଷେପ ଦାବି କରି ମାନବାଧିକାର କମିଶନଙ୍କୁ ଭେଟି ବିଜେପି ଆଲୋଚନା କରିଛି। 

Advertisment
Mamita Meher Govind Sahu Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ