Advertisment

ମୃତ ମମିତାଙ୍କ ବ୍ୟାଗ୍‌ ଚିହ୍ନିଲେ ପରିବାର ଲୋକେ, ମୋବାଇଲ୍‌କୁ ନେଇ କହିଲେ ଏମିତି...

ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏହା ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି।

Mamita Meher

Mamita Meher

Advertisment

ବଲାଙ୍ଗିର: ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗ, ପାଉଁଜି ଓ ସୁନା ଚେନକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏସବୁ ଜିନିଷ ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି। ଏଥିରେ କିଛି ଡ୍ରେସ୍ ମଧ୍ୟ ରହିଛି।  

Advertisment

କିନ୍ତୁ ଆଉ ଯେଉଁ ମୋବାଇଲ କଥା ଉଠୁଛି, ତାହା ମମିତାଙ୍କର ନୁହେଁ ବୋଲି ତାଙ୍କ ମାଆ କହିଛନ୍ତି। ଏହା କାହାର ମୋବାଇଲ ସେ ଜାଣିନଥିବା କହିଛନ୍ତି। ସେହିପରି ଅନ୍ୟ ତିନି ହଳ ଡ୍ରେସ୍ ତାଙ୍କ ଝିଅର ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ରାଧେର ଘରୁ ମିଳିଥିବା ବ୍ୟାଗକୁ ନେଇ ସନ୍ଦେହ ବଢ଼ିଥିଲା। କାରଣ ମିଳିଥିବା ବ୍ୟାଗଟି ମମିତାଙ୍କ ବୋଲି ଚର୍ଚ୍ଚା ହେଉଥିଲା। 

Advertisment

ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ରାଧେର ସ୍ତ୍ରୀ ପୋଲିସ୍‌କୁ ଦେଇଥିଲେ। ୩ ହଳ ମହିଳା ଡ୍ରେସ୍, ଗୋଟିଏ ମୋବାଇଲ, ମୋବାଇଲ ଚାର୍ଜର ଓ କିଛି ଔଷଧ ଇତ୍ୟାଦି ଏହି ବ୍ୟାଗ୍‌ରୁ ମିଳିଥିଲା। ମୋବାଇଲ୍‌ଟି ମମିତାଙ୍କର ହୋଇଥିବା ସନ୍ଦେହ କରାଯାଉଥିଲା। ହେଲେ ମୋବାଇଲ୍‌ଟି ମମିତାଙ୍କର ନୁହେଁ ବୋଲି ତାଙ୍କ ମାଆ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ମୋବାଇଲ୍‌ଟି ମମିତାଙ୍କର ନୁହେଁ, ତା’ହେଲେ କାହାର ଏହି ମୋବାଇଲ୍‌ ? 

ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଲିସ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ତେବେ ଆଜି ତାକୁ କୋର୍ଟରେ ହାଜର କରାଯିବ ନାହିଁ। ଶେଷ ଦିନରେ ପୋଲିସ ପଚରାଉଚରା କରି ଅଧିକ ତଥ୍ୟ ବାହାର କରିବାକୁ ଯୋଜନା ରଖିଛି। ଆସନ୍ତାକାଲି ତାକୁ ବଙ୍ଗମୁଣ୍ଡା SDJM କୋର୍ଟରେ ହାଜର କରାଯିବ। 

Advertisment
Mamita Meher Mamita Meher Murder Case Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ