Advertisment

ଗୋବିନ୍ଦଙ୍କୁ ଆଖୁ ବାଡ଼ିରେ ଧରାଇ ଦେଲା ମୋବାଇଲ୍‌ !

ଗୋବିନ୍ଦ ପୋଲିସ୍‌ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା।

Mamita Murder Case

Mamita Murder Case

Advertisment

ବଲାଙ୍ଗିର: କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଲିସ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ତେବେ ଆଜି ତାକୁ କୋର୍ଟରେ ହାଜର କରାଯିବ ନାହିଁ। ଶେଷ ଦିନରେ ପୋଲିସ ପଚରାଉଚରା କରି ଅଧିକ ତଥ୍ୟ ବାହାର କରିବାକୁ ଯୋଜନା ରଖିଛି। ଆସନ୍ତାକାଲି ତାକୁ ବଙ୍ଗମୁଣ୍ଡା SDJM କୋର୍ଟରେ ହାଜର କରାଯିବ। 

Advertisment

ତେବେ ଗୋବିନ୍ଦ ପୋଲିସ୍‌ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା। ଆଖୁ ବାଡ଼ିରେ ଥିବାବେଳେ ମୋବାଇଲ୍ ବ୍ୟବହାର କରୁଥିବାରୁ ପୋଲିସର ଟ୍ରାକିଂରେ ସେ ଧରାପଡ଼ିଥିଲା। ତେବେ ବାରାକରୁ ଫେରାର ହେବା ପରେ ତାକୁ କିଏ ମୋବାଇଲ୍ ଦେଇଥିଲା, ସେନେଇ ପୋଲିସ ତନାଘନା କରାଯାଇଛି କି ? ସେନେଇ ପ୍ରଶ୍ନ ଉଠିଛି। ଏବେ ସୁଦ୍ଧା ଗୋବିନ୍ଦ ପାଖରୁ ୩ଟି ମୋବାଇଲ୍ ଜବତ ହୋଇଛି। 

Advertisment

ଅନ୍ୟପକ୍ଷେ, ମୃତ ମମିତା ମେହେରଙ୍କ ବ୍ୟାଗ, ପାଉଁଜି ଓ ସୁନା ଚେନକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏସବୁ ଜିନିଷ ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି।

ସେପଟେ, ମମିତା ହତ୍ୟା ମାମଲାରେ  ନିରପେକ୍ଷ ଯାଞ୍ଚ ପାଇଁ ମନ୍ତ୍ରୀଙ୍କୁ ହଟାଯିବା ଦରକାର ବୋଲି NCPCR ମୁଖ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି।ସେ କହିଛନ୍ତି ଯେ, କଳାହାଣ୍ଡିର ଏକ ସ୍କୁଲ୍‌ରେ ଯୌନ ନିର୍ଯାତନାର ଅଭିଯୋଗ ଆସିଛି। ଘଟଣାର ଯାଞ୍ଚ କରି ୭ ଦିନରେ ରିପୋର୍ଟ କରିବାକୁ କହିଛୁ। ୨ ଜଣ ମନ୍ତ୍ରୀଙ୍କ ନାଁରେ ଆରୋପ ଆସିଛି। ସେମାନେ ସ୍କୁଲ୍‌କୁ ଆସୁଥିଲେ। ତେଣୁ ସେମାନଙ୍କ ସମ୍ପୃକ୍ତି ଥାଇପାରେ। ନୈତିକତା ଆଧାରରେ ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କୁ ହଟାଯିବା ଦରକାର। ତଦନ୍ତ ରିପୋର୍ଟ ଆସିବା ପରେ ଦରକାର ପଡ଼ିଲେ ଟିମ୍‌ ପଠାଇବୁ ବୋଲି  NCPCR ମୁଖ୍ୟ କହିଛନ୍ତି।

Advertisment
Govind Sahu Mamita Meher Mamita Murder Case Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ