Advertisment

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: CBI ତଦନ୍ତ ଦାବି କଲେ ମମିତାଙ୍କ ମା’

ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।

ଅଦ୍ୟତନ ହୋଇଛି
Mamita Meher

Mamita Meher

Advertisment

ଜଣେ ଅଭିଯୁକ୍ତ ତଡ଼ପି ତଡ଼ପି ମରିଛି। ଆଉ ଜଣେ ଅଭିଯୁକ୍ତ ଅଛି। ତାକୁ ଫାଶି ହେବା ଦରକାର। ଆଜି ଏଭଳି ଢଙ୍ଗରେ କହିବା ସହ ଝିଅକୁ ନ୍ୟାୟ ପାଇଁ ଘଟଣାର ସିବିଆଇ ତଦନ୍ତ ହେବା ଦରକାର ବୋଲି କହିଛନ୍ତି ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମା’। ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।

Advertisment

ଆଜିକୁ ଠିକ୍ ୨ ବର୍ଷ ପୁରିଛି ମମିତା ମାମଲାକୁ। କାରଣ ଆଜିର ଦିନରେ ମମିତା ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ଆଜି ବଲାଙ୍ଗିର ଗସ୍ତରେ ଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସିଧାସଳଖ ମୃତ ମମିତା ମେହେରଙ୍କ ପରିବାରକୁ ଭେଟିଛନ୍ତି। ତୁରେକେଲା ବ୍ଲକ ଝରଣୀ ଗାଁରେ ରାଜ୍ୟ ସଭାପତିଙ୍କ ସହିତ ପୁରା ବିଜେପି ଟିମ୍ ମମିତାଙ୍କ ବାପା ମାଙ୍କ ସହ ଆଲୋଚନା କରିଛନ୍ତି।

Advertisment

ଏହି ସମୟରେ ଝିଅକୁ ମନେ ପକାଇ ବାହୁନି ବାହୁନି କାନ୍ଦିଥିଲେ ମା ତୁଳସୀ। ପରିବାରକୁ ଭେଟିବା ପରେ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଗଲେ ଆହୁରି ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି। ସେହିପରି ସିବିଆଇ ତଦନ୍ତ ହେଲେ ଝିଅ ନ୍ୟାୟ ପାଇବ ବୋଲି କହିଛନ୍ତି ମମିତାଙ୍କ ମା’।

Odisha News CBI CBI Enquiry Mamita Meher Death Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ