Advertisment

ମମିତା ମେହେର ହତ୍ୟା ମାମଲା: ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡୁଆ

ମମିତା ହତ୍ୟା ଘଟଣାକୁ ୧୩ ଦିନ ବିତି ଯାଇଥିବା ବେଳେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସିଛି। ହେଲେ ପୋଲିସ୍‌ ତାଙ୍କୁ ତଦନ୍ତ ପରିସରକୁ ନ ନେଇ ଓଲଟା ଡିଆଇଜି ଦୀପକ କୁମାର ନୂଆ କାହାଣୀ କହୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

Minister Dibya Shankar Mishra

Minister Dibya Shankar Mishra

Advertisment

ଭୁବନେଶ୍ୱର: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ବିଜେପି ଭେଟିଛି। ଘଟଣାରେ କମିଶନଙ୍କ ହସ୍ତକ୍ଷେପ ଦାବି କରି ମାନବାଧିକାର କମିଶନଙ୍କୁ ଭେଟି ବିଜେପି ଆଲୋଚନା କରିଛି। 

Advertisment

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଘଟଣାକୁ ୧୩ ଦିନ ବିତି ଯାଇଥିବା ବେଳେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସିଛି। ହେଲେ ପୋଲିସ୍‌ ତାଙ୍କୁ ତଦନ୍ତ ପରିସରକୁ ନ ନେଇ ଓଲଟା ଡିଆଇଜି ଦୀପକ କୁମାର ନୂଆ କାହାଣୀ କହୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ପୋଲିସ ନିଜ ବିଭାଗର ମନ୍ତ୍ରୀଙ୍କୁ ଖସାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।

ସେହିପରି ଘଟଣାରେ ସିଧାସଳଖ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ସେ ପ୍ରଶ୍ନ କରିଛନ୍ତି, ମମିତାକୁ କେବଳ ଗୋବିନ୍ଦ ସାହୁ ହତ୍ୟା କରିଥିଲା ନା ଏତେ ବଡ଼ କାଣ୍ଡରେ ଆଉ କିଏ ସଂପୃକ୍ତ ଅଛନ୍ତି ? ଭକ୍ତ ସନ୍ଦେହ କରିଛନ୍ତି, ଘଟଣାରେ ପୁରା ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଅଛି। ଯଦି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ସରକାର ଅଧିକ ଅପଦସ୍ତ ହେବେ। 

Advertisment

ଅନ୍ୟପକ୍ଷେ, ଗୋବିନ୍ଦ ସାହୁଙ୍କ ସ୍କୁଲକୁ ଯିବା ପ୍ରସଙ୍ଗରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସ୍ପଷ୍ଟୀକରଣ ରଖିଛନ୍ତି। ବିଭିନ୍ନ ଆଡ଼େ ନିମନ୍ତ୍ରଣ ହେଲେ ମନ୍ତ୍ରୀ ଯାଆନ୍ତି। ପ୍ରୋଗ୍ରାମରେ ଯାଇଛୁ। ତାଙ୍କ  ଘରୋଇ ସ୍କୁଲକୁ ସରକାରୀ ଅନୁଦାନ ମିଳିବାକୁ ନେଇ ଏହା ଏକ ସ୍ପେକୁଲେସନ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ କହିଛନ୍ତି।  

Minister Dibya Shankar Mishra Mamita Meher Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ